Odiapua.com

ସ୍ଥାୟୀ ନିଯୁକ୍ତି ପାଇଁ ଛଟେଇ ମହିଳା ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଦାବି

କୋରାପୁଟ ୦୪-୦୧ (ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ବିଭିନ୍ନ ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ କୋଭିଡ କେୟାର କେନ୍ଦ୍ରରେ ୯ମାସ କାର୍ଯ୍ୟ କରିଥିବା ତାଲିମପ୍ରାପ୍ତ ଠିକା ମହିଲା ସ୍ୱାସ୍ଥ୍ୟ କର୍ମଚାରୀ ସ୍ଥାୟୀ ନିଯୁକ୍ତି ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲିଖିତ ଦାବିପତ୍ର ଅତିରିକ୍ତ ଜିଲାପାଳଙ୍କୁ ଦେଇଛନ୍ତି। ରାଜ୍ୟରେ ମହାମାରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ତାଲିମ ପ୍ରାପ୍ତ ମହିଳା ଓ ଯୁବତୀ ମାନଙ୍କୁ ମହିଳା ସ୍ୱାସ୍ଥ୍ୟ କର୍ମୀ ଭାବେ ଓଡିଶା ସରକାର ଅସ୍ଥାୟୀ ନିଯୁକ୍ତି ଦେଇଥିଲେ। ସେମାନେ କୋଭିଡ-୧୯ ପଜିଟିଭ ରୋଗୀଙ୍କୁ ନିଜର ଭାବି ଜୀବନକୁ ବାଜି ଲଗାଇ ଚିକିତ୍ସା କରିଥିଲେ। କିନ୍ତୁ ରାଜ୍ୟ ସରକାର ସେମାନଙ୍କୁ ପ୍ରଶଂସା କରିବା ବଦଳରେ ଚାକିରୀରୁ ତଡି ଦେଇ ଅପମାନିତ କରିଥିବା ଛଟେଇ ସ୍ୱାସ୍ଥ୍ୟ କର୍ମୀ କହିଛନ୍ତି। ରାଜ୍ୟ ସରକାର ଦାବି ମାନି ନେଇ ତୂରନ୍ତ ସ୍ଥାୟୀ ନିଯୁକ୍ତି ଦେବା ସହ ୯ମାସର ଅନୁଭୁତି ପ୍ରମାଣପତ୍ର ପ୍ରଦାନ, ସ୍ୱାସ୍ଥ୍ୟ କର୍ମୀ ନିଯୁକ୍ତିରେ ସେମାନଙ୍କୁ ପ୍ରାଧାନ୍ୟ ଦେଇ ସ୍ଥାୟୀ ନିଯୁକ୍ତି ଦେବାକୁ ଦାବି କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଲିଖିତ ଅଭିଯୋଗ ପତ୍ର ଅତିରିକ୍ତ ଜିଲାପାଳ ଦେବେନ କୁମାର ପ୍ରଧାନଙ୍କୁ ପ୍ରଦାନ କରିଥିଲେ।