Odiapua.com

ସ୍ତ୍ରୀର ଗଳା କାଟି ହତ୍ୟା କରିବା ପରେ ସ୍ୱାମୀର ଆତ୍ମହତ୍ୟା ଉଦ୍ୟମ

କୋରାପୁଟ : ୨୯/୧୦ (ଓଡ଼ିଆ ପୁଅ/ଅଭିନାଶ ଜାନାମ) କୋରାପୁଟ ଜିଲ୍ଲାର ସେମିଳିଗୁଡା ବ୍ଲକ ସାଡ଼ାମ ଗ୍ରାମପଞ୍ଚାୟତର ତୋଟାଗୁଡା ଗ୍ରାମରେ ପାରିବାରିକ କଳହରୁ କରୁଣ ପରିଣୀତି ଦେଖିବାକୁ ମିଳିଛି। ସ୍ୱାମୀ ସ୍ତ୍ରୀ ଗଳା କାଟି ହତ୍ୟା କରିଥିବା ବେଳେ ନିଜ ଗଳା କାଟି ଆତ୍ମହତ୍ୟା କରୁଥିବା ସମୟରେ ସାହି ବାସିନ୍ଦା ଲାଣ୍ଡୁ ଗେମେଲଙ୍କୁ ଉଦ୍ଧାର କରି କୁନ୍ଦୁଲି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା ଜଣାପଡ଼ିଛି। ପଟାଙ୍ଗି ଥାନା ଅଧିକାରୀ କୈବଲ୍ୟ ସେଠଙ୍କ ସୂଚନା ଅନୁଯାୟୀ ସ୍ୱାମୀ ଲାଣ୍ଡୁ ଗେମେଲ ଓ ସ୍ତ୍ରୀ ବାନ୍ଦଗେମେଲ ମଧ୍ୟରେ ବହୁ ଦିନ ଧରି ପାରିବାରିକ ଲାଗିରହିଥିଲା। ହଠାତ ବୁଧବାର ରାତିରେ ଉଗ୍ରରୂପ ନେଇଥିଲା। ଖବର ପାଇ ପଡ଼ିଶାଘର ଲୋକ କବାଟ ଖୋଲି ଦେଖିଲା ବେଳକୁ ସ୍ତ୍ରୀ ବାନ୍ଦଗେମେଲର କୁ କାଟି ହତ୍ୟା କରିଦେଇ ନିଜ ଗଳାକୁ ଧାରୁଆ ଛୁରୀ ସାହାଯ୍ୟରେ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ସାହି ବାସିନ୍ଦା ଲାଣ୍ଡୁ କୁ ଉଦ୍ଧାର କରି କୁନ୍ଦୁଲି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ।ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କୋରାପୁଟ ସହିଦ ଲକ୍ଷ୍ମଣନାୟକ ମେଡ଼ିକାଲ କଲେଜ କୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି। ଏନେଇ ମୃତ ବାନ୍ଦଙ୍କ ଝିଅ ସାଲେମେ ଗେମେଲ ପଟାଙ୍ଗିଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ମୃତ ଶରୀରକୁ ପଟାଙ୍ଗି ପୋଲିସ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ପଟାଙ୍ଗି ଥାନା କେସ ନମ୍ବର ୧୧୬/୨୧ ରୁଜ୍ଜୁ କରି ଅଧିକ ତଦନ୍ତକରୁଥିବା ପଟାଙ୍ଗି ଥାନା ଅଧିକାରୀ କହିଛନ୍ତି।