ନୂଆ ଦିଲ୍ଲୀ ୧୭-୪ (ଓଡ଼ିଆ ପୁଅ) ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ମାର୍ଗଦର୍ଶନରେ ଏନସିଇଆରଟି ଦ୍ବାରା ବିକଳ୍ପ ପାଠପଢ଼ା କ୍ୟାଲେଣ୍ଡର ବିକଶିତ କରାଯାଇଛି। ଏହା କୋଭିଡ-19 ମହାମାରୀ ପାଇଁ ଜାରି ହୋଇଥିବା ଲକଡାଉନ ସମୟରେ ଛାତ୍ରଛାତ୍ରୀଙ୍କୁ ଘରେ ରହି ପାଠ ପଢ଼ାଇବାରେ ଅଭିଭାବକ ଓ ଶିକ୍ଷକମାନଙ୍କୁ ସହାୟକ ହୋଇପାରିବ।