Odiapua.com

ସ୍କୁଟି ଡିକି ଭାଙ୍ଗି ୮୯ ହଜାର ଟଙ୍କା ଲୁଟ

କୋରାପୁଟ ୦୬-୦୬ (ଓଡିଆପୁଅ /ରଂଜନ କୁମାର ଦାସ)କୋରାପୁଟ ସହରରେ ବହୁଦିନ ପରେ ଲୁଟେରା ମାତିଛନ୍ତି।ଆଜି ପୂର୍ବାହ୍ନରେ ଜନଗହଳିପୂର୍ଣ୍ଣ କୋରାପୁଟ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଛକରୁ ସ୍କୁଟି ଡିକି ଭାଙ୍ଗି ୮୯ ହଜାର ଟଙ୍କା ଲୁଟ କରି ନେଇଥିବା ଜଣାପଡିଛି। କୋରାପୁଟ ସହରର ସରୋଜିନୀ ନଗରର ଜତିନ କୁଲଦୀପ ଏସବିଆଇରୁ ୮୯ ହଜାର ଟଙ୍କା ଉଠାଇ ନିଜ ସ୍କୁଟି(ଓଡି ୧୦ଇ ୮୯୮୮)ର ଡିକିରେ ଭର୍ତି କରି କୋରାପୁଟ ଉପଜିଲ୍ଲାପାଳ କାର୍ଯ୍ୟାଳୟ ଛକ ନିକଟରେ କିଛି ସମୟ ରହି ଏକ ଦୋକାନରୁ ଫେରିବା ବେଳକୁ ଡିକିରେ ଟଙ୍କା ଲୁଟ ହୋଇଯାଇଥିବା ଦେଖିବାକୁ ପାଇଥିଲେ। କୋରାପୁଟ ଟାଉନଥାନାରେ ଲିଖିତ ଅଭିଯୋଗ କଲାପରେ ଥାନାର ଏକ ଦଳ ଖୋଜାଖୋଜି କରିଥିଲେ କିନ୍ତୁ ଲୁଟେରା ମିଳି ନ ଥିଲା ବୋଲି ଭାରପ୍ରାପ୍ତ ନିରୀକ୍ଷକ ବାସୁଦେବ ଛତ୍ରିଆ ସୂଚନା ଦେଇଥିଲେ। ଥାନାରେ ୧୪୨ /୧୯ରେ ଏକ କେସ ରୁଜୁ କରାଯାଇ ତଦନ୍ତ ଜାରି ରହିଛି ବୋଲି ସେ ପ୍ରକାଶ କରିଥିଲେ।