Odiapua.com

ସୋନାଙ୍କ ଅର୍ଦ୍ଧ ଉଲଗ୍ନ ଫଟୋ ଭାଇରାଲ୍

ମୁମ୍ବାଇ: ଓଡ଼ିଆ ଝିଅ ତଥା ବଲିଉଡ ଗାୟିକା ସୋନା ମହାପାତ୍ରଙ୍କ କିଛି ବିକିନି ଫଟୋ ଭାଇରାଲ୍ ହୋଇଛି।ତେବେ ଏହି ଫଟୋ ଗୁଡ଼ିକ ଲିକ୍ ହୋଇ ନାହିଁ, ବରଂ ସୋନା ନିଜେ ତାଙ୍କର ଏହି ଅର୍ଦ୍ଧ ଉଲଗ୍ନ ଫଟୋ ଗୁଡ଼ିକୁ ନିଜ ଟ୍ୱିଟର୍ ଆକାଉଣ୍ଟରେ ସେୟାର କରିଛନ୍ତି।ଏହାକୁ ନେଇ ସୋନାଙ୍କୁ ଅନେକ ଟ୍ରୋଲ୍ କରାଯାଉଥିବା ବେଳେ ସୋନା ମଧ୍ୟ ଏହାର ଉତ୍ତର ରଖିଛନ୍ତି।

ସୋନା ମହାପାତ୍ର ଓଡ଼ିଶାରେ ଜନ୍ମିତ ଜଣେ ଭାରତୀୟ ଗାୟିକା ଓ ଗୀତ ଲେଖିକା।ଭାରତରେ ଜଣାଶୁଣା ଏହି ଗାୟିକା ଅନେକ ମଞ୍ଚ ସଙ୍ଗୀତ କାର୍ଯ୍ୟକ୍ରମରେ ସଙ୍ଗୀତ ପରିବେଷଣ କରିଛନ୍ତି।ତାଙ୍କର ଅନେକ ସଙ୍ଗୀତ ଆଲବମ, ଏକକ ସଙ୍ଗୀତ ପରିବେଷଣ, ମଞ୍ଚ ପରିବେଷଣ, ସଙ୍ଗୀତ ଭିଡ଼ିଓ, ବଲିଉଡ଼ କଥାଚିତ୍ର ଓ ପ୍ରଚାରରେ ବ୍ୟବହାର ହୋଇଛି।ତେବେ ଏହା ସହ ବିବାଦ ସହିତ ସୋନାଙ୍କ ନିବିଡ଼ ସଂପର୍କ ରହିଛି।ସଲମାନ ଖାନଙ୍କ ବିରୋଧରେ କହିବା ସହ କୈଳାଶ ଖେର ଏବଂ ଅନୁ ମଲ୍ଲିକଙ୍କ ବିରୋଧରେ ସୋନା ଯୌନ ଦୂରାଚାର ଅଭିଯୋଗ ଆଣିଥିଲେ।ଜଣେ ଓଡ଼ିଆ ଝିଅ ହୋଇ ମଧ୍ୟ “ଆହେ ନୀଳ ଶଇଳ” ଭଜନକୁ ବିକୃତ ଢଙ୍ଗରେ ଗାଇ ସୋନା ବିବାଦ ସୃଷ୍ଟି କରି ସାରିଛନ୍ତି।ଏହା ସହ ଆହୁରି ଅନେକ ବିବାଦ ସହିତ ସୋନାଙ୍କ ନାଁ ଜଡ଼ିତ ରହିଛି।/-ଦେବଦତ୍ତ ରଥ

ଧର୍ମେନ୍ଦ୍ର – ଅପରାଜିତା ଶୀତଳ ଯୁଦ୍ଧ: ମ୍ୟାଡମଙ୍କୁ ଡରୁଛନ୍ତି କି ମନ୍ତ୍ରୀ?