Odiapua.com

ସେମିଳିଗୁଡା ବ୍ଲକର ୬ ଜଣ ହିତାଧିକାରୀଙ୍କୁ ବ୍ୟାଟେରୀ ଚାଳିତ ଟ୍ରାଇସାଇକଲ ବଣ୍ଟନ

 

କୋରାପୁଟ ୨୫-୧୨(ଓଡିଆ ପୁଅ /ରଂଜନ ଦାସ)ସେମିଳିଗୁଡା ବ୍ଲକର ପାକଝୋଲା , ଗୁଣ୍ଠାପୂଟଓ ପିତାଗୁଡା ପଞ୍ଚାୟତର ୬ ଜଣ ହିତାଧିକାରୀଙ୍କୁ ବ୍ୟାଟେରୀ ଚାଳିତ ଟ୍ରାଇସାଇକଲ ପ୍ରଦାନ କରାଯାଇଥିବା ଜଣାପଡିଛି।ସେମିଳିଗୁଡା ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ସମିତି ଅଧ୍ୟକ୍ଷା ବାସନ୍ତୀ ଛେଦନାୟକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଗୋଷ୍ଠି ଉନ୍ନୟନ ଅଧିକାରୀ ସବ୍ୟସାଚୀ ବେହେରା ,ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ଧୀରେନ୍ଦ୍ର କୁମାର କଣ୍ଡାଗିରି ,ଏପିଓ ସୌମେନ୍ଦ୍ର କୁମାର ନାୟକ , ଜିପିଇଓ ବିପିନ ମହାରଣା ପ୍ରମୁଖ ଉପସ୍ଥିତ ରହି ୬ ଜଣ ହିତାଧିକାରୀଙ୍କୁ ବ୍ୟାଟେରୀ ଚାଳିତ ଟ୍ରାଇସାଇକଲ ବଣ୍ଟନ କରିଥିଲେ।ସେମିଳିଗୁଡା ବିଏସଏସଓ ମମତା ବେହେରା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।