Odiapua.com

 ସେମିଲିଗୁଡା ବ୍ଲକସ୍ଥ ମନ୍ତ୍ରୀପୁଟ ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ ନ କରିବାକୁ ଦାବି

କୋରାପୁଟ ୧୮-୧୦(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଜିଲ୍ଲାର ସେମିଲିଗୁଡା ବ୍ଲକ ଅନ୍ତର୍ଗତ ଦଳେଇଗୁଡା ପଂଚାୟତର ମନ୍ତ୍ରୀପୁଟ ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ ନ କରିବାକୁ  ଏକ ଲିଖିତ ଦାବିପତ୍ର ଗ୍ରାମବାସୀମାନେ ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପ୍ରଦାନ କରିଥିବା ଜଣାପଡିଛି ।ଯେଉଁ ବିଦ୍ୟାଳୟରେ ଛାତ୍ରଛାତ୍ରୀ ସଂଖ୍ୟା ୧୫ ଥିବ ସେହି ବିଦ୍ୟାଳୟ ବନ୍ଦ ହେବ ନାହିଁ ବୋଲି ନିର୍ଦ୍ଦେଶ  ରହିଥିବା ବେଳେ ଆମ୍ଭ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୨୯ ରହିଥିବା ବେଳେ କାହିଁକି ବନ୍ଦ କରାଯିବ ବୋଲି ଗ୍ରାମର କମଲୁ ନାରାଜି ପ୍ରଶ୍ନ କରିଛନ୍ତି ।ମନ୍ତ୍ରୀପୁଟ ବିଦ୍ୟାଳୟ ବିଲେଇଗୁଡାକୁ ସ୍ଥାନାନ୍ତର କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।  ମନ୍ତ୍ରୀପୁଟ ଗ୍ରାମଠାରୁ ବିଲେଇଗୁଡା ଦେଢ କିଲୋମିଟର ଦୂର ଅଟେ ।ତେଣୁ ପିଲାମାନେ କିପରି ଯିବେ ତାହାକୁ ନେଇ ଅଭିଭାବକ ମହଳରେ ଚିନ୍ତାର କାରଣ ହୋଇପଡିଥିବା ସେ ପ୍ରକାଶ କରିଛନ୍ତି । ୧୯୭୪ ମସିହାରୁ ଆରମ୍ଭ ହୋଇଥିବା ମନ୍ତ୍ରୀପୁଟ ବିଦ୍ୟାଳୟକୁ ବନ୍ଦ ନ କରିବାକୁ ସେ ଦାବି କରିଛନ୍ତି ।ମନ୍ତ୍ରୀପୁଟ ବିଦ୍ୟାଳୟକୁ ସ୍ଥାନାନ୍ତର ନ କରିବାକୁ ପ୍ରମିଳା ଗୋଲରୀ ଓ ଆସିଥିବା ଗ୍ରାମବାସୀମାନେ ଦାବି କରିଛନ୍ତି ।ସହକାରୀ ଜିଲ୍ଲାପାଳ ସୁଜିତ ମିଶ୍ର ଦାବିପତ୍ର ଗ୍ରହଣ କରିଥିଲେ ।