Odiapua.com

ସେମିଲିଗୁଡା ବ୍ଲକର ୨ ଟି ଗ୍ରାମର ୨ଜଣ କୀଟନାଶକ ପିଇ କୋରାପୁଟ ଡାକ୍ତରଖାନାରେ ଭର୍ତି

କୋରାପୁଟ ; ତା୧୩-୦୯-୧୮(ଓଡିଆପୁଅ/ରଂଜନ କୁମାର ଦାସ)ସେମିଲିଗୁଡା ବ୍ଲକର ୨ ଟି ଗ୍ରାମର ୨ଜଣ କୀଟନାଶକ ପିଇ ଗୁରୁତର ଅବସ୍ଥାରେ କୋରାପୁଟ ଡାକ୍ତରଖାନାରେ ଭର୍ତି ହୋଇଥିବା ଜଣାପଡିଛି।ସେମିଲିଗୁଡା ବ୍ଲକର ହାଟଗୁଡା ପଂଚାୟତର ରାମନାୟକପୁଟ ଗ୍ରାମର ପଦଲାମ ଖରା ଆଜି ଘରେ ଥିବା କୀଟନାଶକ ପିଇ ଥିବା ଜଣାପଡିବା ପରେ ପରିବାର ଲୋକେ ପ୍ରଥମେ କୁନ୍ଦୁଲି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ସେଠାରେ ଅବସ୍ଥା ଗୁରୁତର ହେବାରୁ କୋରାପୁଟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିଲେ।କୋରାପୁଟ ଡାକ୍ତରଖାନାର ଭେଷଜ ଓାର୍ଡରେ ପଦଲାମ ଚିକିତ୍ସିତ ହେଉଥିବା ଜଣାପଡିଛି।ସେ ଜଣେ ଚାଷୀ ଓ ଜମିରେ ଅଦାଚାଷ କରେ।କିନ୍ତୁ କଣ ପାଇଁ ସେ କୀଟନାଶକ ପିଇଲା ତାହା ପରିବାର ଲୋକେ ଜାଣି ନ ଥିବା ଡାକ୍ତରଖାନାରେ ଥିବା ସଂପର୍କିୟ ପ୍ରକାଶ କରିଥିଲେ।ସେହିପରି ଖୁଡି ପଂଚାୟତର ପରଜାଖୁଡି ଗ୍ରାମର ରାଧା ସିତ୍ରାବୋଇ ନାମକ ମହିଳା ବୃଦ୍ଧା କୀଟନାଶକ ପିଇ ଥିବା ସ୍ୱାମୀ ସନୁ ସିତ୍ରାବୋଇ ଜାଣିବାରେ ପ୍ରାଥମେ କୁନ୍ଦୁଲି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ଓ ସେଠାରେ ପ୍ରାଥମିକ ଚିକିତ୍ସା କରିବା ପରେ କୋରାପୁଟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିଲେ।କୋରାପୁଟ ଡାକ୍ତରଖାନାର ନୂତନ ଭେଷଜ ମହିଳା ଓାର୍ଡରେ ରାଧା ଚିକିତ୍ସିତ ହେଉଥିବା ଜଣାପଡିଛି। ମୁଁ ଗାଈ ଚରେଇବାକୁ ଯାଇଥିଲି ଘରକୁ ଆସିଲା ପରେ ରାଧା କୀଟନାଶକ ପିଇ ଦେଇଥିବା ଜାଣିବାକୁ ପାଇଥିଲି ବୋଲି ସନୁ ପ୍ରକାଶ କରିଥିଲେ।କିନ୍ତୁ କଣ ପାଇଁ ସେ କୀଟନାଶକ ପିଇଲା ତାହା ସେ ଜାଣି ନ ଥିବା ସନୁ ସୂଚନା ଦେଇଥିଲା।