Odiapua.com

ସେମିଲିଗୁଡା ବିଡିଓଙ୍କ ନାମରେ ଥାନାରେ ଏତାଲା

କୋରାପୁଟ ; ତା୨୦-୦୬-୧୯(ଓଡିଆପୁଅ /ରଂଜନ କୁମାର ଦାସ) ସେମିଲିଗୁଡା ବିଡିଓଙ୍କ ନାମରେ ଜଣେ ହିତାଧିକାରୀ ଥାନାରେଏତାଲା ଦେଇଥିବା ଜଣାପଡିଛି ।ମୁଷାଗୁଡା ଗ୍ରାମର ଚନ୍ଦ୍ରଖରାଙ୍କ ସ୍ତ୍ରୀ ସୁରଭି ଖରାଙ୍କ ନାମରେ ବିଡିଓ ତ୍ରୀନାଥ ମାଝି ପାଇଖାନା ନିର୍ମାଣ ନିମନ୍ତେ କାର୍ଯାଦେଶ ଦେଇଥିଲେ ଓ ନିର୍ମାଣ ଶେଷ ହେବା ପରେ ଅର୍ଥ ନେବା ନିମନ୍ତେ ବାରମ୍ବାର କାର୍ଯ୍ୟାଳୟକୁ ଆସିଲେ ମଧ୍ୟ ଅର୍ଥ ନ ଦେବାରୁ ଆଜି ଉଭୟ ଆସି ବିଡିଓ ଶ୍ରୀ ମାଝିଙ୍କୁ ସାକ୍ଷାତ କରି ଅର୍ଥ ଦେବାକୁ ଦାବି କରିଥିଲେ ।ପୁଲୁ ଖରା ନାମକ ହିତାଧିକାରୀ ଅର୍ଥ ନେଇଛନ୍ତି ବୋଲି କହିବା ପରେ କିପରି ସେ ନେଲା ବୋଲି କହିବାରୁ ବିଡିଓ ଗାଳି କରିବା ସହ ଧକ୍କା ଓ ମାଡ ମାରିଥିଲେ ବୋଲି ଚନ୍ଦ୍ର ଖରା ଏତାଲାରେ ଅଭିଯୋଗ କରିଛନ୍ତି । ବିଡିଓ ଓ କନିଷ୍ଠ ଯନ୍ତ୍ରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି । ଏ ସଂପର୍କରେ ବିଡିଓ ଶ୍ରୀ ମାଝିଙ୍କ ସହ ମୋବାଇଲରେ ଯୋଗାଯୋଗ କରାଯାଇଥିଲେ କିନ୍ତୁ ସେ ଫୋନ ନ ଉଠାଇବାରୁ ମତାମତ ନିଆଯାଇ ନାହିଁ ।ସୁନାବେଡା ଉପଖଣ୍ଡ ପୋଲିସ ଅଧିକାରୀ ନିରଞନ ବେହେରାଙ୍କୁ ପଚାରିବାରୁ ଏତାଲା ମିଳିଛି ଓ ତଦନ୍ତ କରାଗଲା ପରେ ଯାହା କିଛି କରାଯିବ ବୋଲି ପ୍ରକାଶ କରିଥିଲେ ।