Odiapua.com

ସେମିଲିଗୁଡା ଉପଖଣ୍ଡ ମାନ୍ୟତା ଦାବିରେ ସେମିଲିଗୁଡା ସହର ବନ୍ଦ

କୋରାପୁଟ ; ତା୨୬-୦୯-୧୮(ଓଡିଆପୁଅ/ରଂଜନ କୁମାର ଦାସ) ସେମିଲିଗୁଡା ସହରକୁ ଉପଖଣ୍ଡ ମାନ୍ୟତା ଦାବିରେ ସହରରେ ସମସ୍ତ ଦୋକାନବଜାର ବନ୍ଦ ରହିଥିବା ବେଳେ ଗାଡି ଚଳାଚଳ ବନ୍ଦ ରହିଥିବାରୁ ଅସଂଖ୍ୟ ଗାଡି ରାସ୍ତା ଉପରେ ଅଟକି ରହିଥିଲା।ସେମିଲିଗୁଡା ନାଗରିକ ମଂଚ ତରଫରୁ ଡାକାରା ଥିବା ବନ୍ଦ ଶାନ୍ତିପୂର୍ଣ୍ଣଭାବେ ଶେଷ ହୋଇଛି।ଦିନ ଗୋଟାଏରେ ରାସ୍ତାବନ୍ଦ ହଟିଥିଲା।କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ସମର୍ଥନ ଦେଇ ବନ୍ଦରେ ସାମିଲ ହୋଇଥିଲେ।ନାଗରିକ ମଂଚ ସବାପତି କୃଷ୍ଣ ସିଂଙ୍କ ନେତୃତ୍ୟରେ ସୁନାବେଡା ଓ ଦାମନଯୋଡିର ଅନେକ ସମର୍ଥକଙ୍କ ସହ ମା ଘରର ସଦସ୍ୟା ଓ କଲେଜର ଛାତ୍ରଛାତ୍ରୀମାନେ ସାମିଲ ହୋଇଥିଲେ।ନାଗରିକ ମଂଚର କର୍ମକର୍ତାମାନେ ସହର ଶୋଭାଯାତ୍ରା କରି ସେମିଲିଗୁଡା ବିଡିଓ ଓ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିବା ପରେ ବସଷ୍ଟାଣ୍ଡରେ ଏକ ପ୍ରତିବାଦ ସଭା କରିଥିଲେ। ସେମିଲିଗୁଡାକୁ ଉପଖଣ୍ଡ ମାନ୍ୟତା ଦେବା ଦରକାର ବୋଲି କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ କହିବା ସହ ଲକ୍ଷ୍ମିପୁରକୁ ମଧ୍ୟ ଉପଖଣ୍ଡ ମାନ୍ୟତା ଦେବା ନିହାତି ଦରକାର ବୋଲି ଚୁକ୍ତି ବାଢିଥିଲେ।ସେମିଲିଗୁଡା ଉପଖଣ୍ଡ ହେଲେ ପ୍ରଶାସନ ଲୋକଙ୍କ ନିକଟତର ହୋଇପାରିବ ବୋଲି ସେ ପ୍ରକାଶ କରିଥିଲେ। ସେମିଲିଗୁଡା କୁ ଉପଖଣ୍ଡ ମାନ୍ୟତା ଦେବା ଆମ୍ଭର ପ୍ରମୁଖ ଦାବି ବୋଲି ସେମିଲିଗୁଡା ନାଗରିକ ମଂଚ ସଭାପତି କୃଷ୍ଣ ସିଂ ସୂଚନା ଦେଇଥିଲେ।ଦାମନଯୋଡି, ସୁନାବେଡା ଓ ସେମିଲିଗୁଡା ସହରବାସୀ ସମର୍ଥନ କରିଥିବାରୁ ସେ ଧନ୍ୟବାଦ ଅର୍ପଣ କରିଥିଲେ।ଦାବିପୂରଣ ନ ହେଲେ ପ୍ରତିବାଦ ଆହୂରୀ ବୃଦ୍ଧି କରାଯାଇ ତୀବ୍ରତର କରାଯିବ ବୋଲି ସେ ସୂଚନା ଦେଇଥିଲେ।ଯଦି ସରକାର ଦାବି ପୂରଣ ନ କରନ୍ତି ତେବେ ଆନ୍ଦୋଳନ ତୀବ୍ର କରାଯିବା ସହ ଅନଶନ ମଧ୍ୟ କରିବୁ ବୋଲି କୋରାପୁଟ ଜିଲ୍ଲା ମା ଘର ସଭାନେତ୍ରୀ ସଂଯୁକ୍ତାରାଣୀ ସାହୁ ଚେତାବନୀ ଦେଇଥିଲେ।