Odiapua.com

ସେମିଲିଗୁଡାର ଜଣେ ଚାଷୀ ବିଷ ପିଇ ଆତ୍ମହତ୍ୟା କଲେ

କୋରାପୁଟ ; ତା୩୧-୦୮-୧୮(ଓଡିଆପୁଅ /ରଂଜନ କୁମାର ଦାସ)ସେମିଲିଗୁଡା ବ୍ଲକର ଜନେ ଚାଷୀ ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ସେମିଲିଗୁଡା ବ୍ଲକ ଅନ୍ତର୍ଗତ ମାଲିମାରଲା ଗ୍ରାମର ବଳରାମ ଗୁଣ୍ଠା ଗତକାଲି ରା୍ତ୍ରୀରେ ମୂଷାମରା ମେଡିସିନ ପିଇଦେବା ପରେ ଗୁରୁତର ଭାବେ ପରିବାର ଲୋକେ ପ୍ରଥମେ କୁନ୍ଦୁଲି ଡାକ୍ତରଖାନାରେ ଭର୍ତି କରିଥିଲେ ।ଅବସ୍ଥା ଗୁରୁତର ହେବାରୁ କୋରାପୁଟ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା ।କୋରାପୁଟ ହସପିଟାଲରେ ତାର ମୃତ୍ୟୁ ହୋଇଥିଲା । କୋରାପୁଟଠାରେ ଶବ ବ୍ୟବଛେଦ କରାଯାଇ ପରିବାର ଲୋକେ ମହାପ୍ରୟାଣ ଗାଡିରେ ମୃତଦେହ ନିଜ ଗ୍ରାମକୁ ନେଇଥିଲେ ।ବଲରାମ ଅଦା ଓ ଧାନ ଚାଷ କରିଥିଲେ ।ଗତ ଲଗାଣ ବର୍ଷାରେ ତାର ଫସଲ ନଷ୍ଟ ହୋଇଯାଇଥିଲା । କଣ ପାଇଁ ସେ ଆତ୍ମହତ୍ୟା କଲା ତାହା ପରିବାର ଲୋକେ କହିପାରୁ ନ ଥିବା ବେଳେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ହୋଇ ରହିଥିବା ଜଣାପଡିଛି ।