Odiapua.com

ସେପ୍ଟେମ୍ବର ମାସରେ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ଯୁବକର କୋରାପୁଟ ଡାକ୍ତରଖାନାରେ ମୃତ୍ୟୁ

କୋରାପୁଟ ; ତା୧୫-୧୦-୧୮(ଓଡିଆପୁଅ/ରଂଜନ କୁମାର ଦାସ)ଗତ ସେପ୍ଟେମ୍ବର ମାସ ୮ ତାରିଖରେ ଏକ ଅଜଣାଗାଡି ଧକ୍କାରେ ଗୁରୁତର ଆହତ ହୋଇଥିବା ଯୁବକର କୋରାପୁଟ ଡାକ୍ତରଖାନାରେ ଚିକିସôାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାପଡିଛି ।ମାଳିପୁଟର ମନୋଜ ଚପାଡି ନାମକ ଯୁବକଙ୍କୁ ଗତ ସେପ୍ଟେମ୍ବର ମାସ ୮ ତାରିଖରେ ଏକଜ ଅଜଣା ଗାଡି ଧକ୍କା ଦେଇଥିଲା ।ଗୁରୁତର ଅବସ୍ଥାରେ କୋରାପୁଟ ଡାକ୍ତରଖାନା ଅଣାଯାଇଥିଲା ।କିନ୍ତୁ ଏଠାରୁ ବ୍ରହ୍ମପୁର କିମ୍ବା କଟକ ନେଇଯିବାକୁ ଡାକ୍ତର ପରାମର୍ଶ ଦେଇଥିଲେ ବୋଲି କୃଷ୍ଣ ଚପାଡି ପ୍ରକାଶ କରିଥିଲେ ।କୋରାପୁଟରୁ ପରିବାବରବର୍ଗ କଟକ ଡାକ୍ତରଖାନା ନେଇଥିଲେ ।୯ ତାରିଖରେ କଟକରେ ଚିକିସôା କରାଯାଇଥିଲା କିନ୍ତୁ କଟକରେ ଆଇସିୟୁ ଖାଲି ନ ଥିବାରୁ ପରିବାବରବର୍ଗ କଟକରେ ଥିବା ବେସରକାରୀ ରାଜ କ୍ଲିନିକକୁ ନେଇ ଚିକିସôା କରିଥିଲେ ।ସେଠାରେ ଅସ୍ତ୍ରୋପଚାର କରାଯାଇଥିଲା ଓ ପ୍ରାୟ ୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା ବୋଲି ସେ ପ୍ରକାଶ କରିଥିଲେ ।କଟକରୁ ଡିସଚାର୍ଜ ହେବାପରେ ଡାକ୍ତରଙ୍କ କହିବାନୁସାରେ କୋରାପୁଟ ଡାକ୍ତରକାନାରେ ଆଜି ସକାଳେ ଆଣି ଭର୍ତି କରିଥିଲୁ ।ଆଜି ଅପାରହ୍ନରେ ମନୋଜର ମୃତ୍ୟୁ ହୋଇଯାଇଥିଲା ବୋଲି କୃଷ୍ଣ ପ୍ରକାଶ କରିଥିଲେ ।ମୃତଦେହକୁ କୋରାପୁଟ ଶବବ୍ୟବଛେଦ ଗୃହରେ ରଖାଯାଇଛି ଓ ଆସନ୍ତାକାଲି ଶବ ବ୍ୟବଛେଦ ହେବାପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି ।