Odiapua.com

ସୁନାବେଡା ପୈାର ପରିଷଦରେ ସ୍ୱାୟତ ଶାସନ ଦିବସ ପାଳିତ

କୋରାପୁଟ ; ତା୦୧-୦୯-୧୮(ଓଡିଆପୁଅ/ରଂଜନ କୁମାର ଦାସ) ସୁନାବେଡା ପୈାର ପରିଷଦରେ ସ୍ୱାୟତ ଶାସନ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି ।ସୁନାବେଡା ପୈାରାଧ୍ୟକ୍ଷା ଶୁଭ୍ରଶ୍ରୀ ମଲ୍ଲିକଙ୍କ ପରିଚାଳନାରେ ଆୟୋଜିତ ଉସôବରେ କୋରାପସ୍ୱଙ୍କ ସାସଂଦ ଝିନ୍ନ ହିକକା ମୁଖ୍ୟ ଅତିଥିଭାବେ ଯୋଗଦେଇ ଜାତୀୟ ପତାକା ଉତୋଳନ କରିବା ପରେ ଏକ ସଭାରେ ଯୋଗ ଦେଇଥିଲେ ।ସୁନାବେଡା ସହରକୁ ସବୁଜ ସୁନ୍ଦର କରିବାକୁ ସାସଂଦ ଶ୍ରୀ ହିକକା ଆହ୍ୱାନ ଦେଇଥିଲେ ।ସୁନାବେଡା ସହରରେ ସମସ୍ତେ ଯେପରି ପାଇଖାନା ନିର୍ମାଣ କରି ବ୍ୟବହାର କରିବେ ଓ ପରବର୍ଥି ସମୟରେ ସୁନାବେଡା ସହର ବାହ୍ୟମଳମୁକ୍ତ ସହରରେ ଭାବେ ଘୋଷଣା କରାଯିବ ବୋଲି ଅଧ୍ୟକ୍ଷା ଶ୍ରୀମତୀ ମଲ୍ଲିକ ସୂଚନା ଦେଇଥିଲେ ।ଏହି ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତି ଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଝାଡୁଦାରମାନଙ୍କୁ ପୋଷାକ ବଂଟନ କରାଯାଇଥିଲା ।ଶେଷରେ ଉପାଧ୍ୟକ୍ଷ ରତ୍ନାକର ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି କାର୍ଯ୍ୟକ୍ରମକୁ ନିର୍ବାହୀ ଅଧୀକାରୀ ସ୍ୱସ୍ତିକ ଜମାଦାର ପରିଚାଳନା କରିଥିବା ବେଳେ ଗୋଷ୍ଠୀ ସଂଯୋଜକ ଚିତରଂଜନ ସାହୁ ପରିଚାଳନାରେ ସହଯୋଗ କରିଥିଲେ ।ଏହି ଉସôବରେ କୋରାପୁଟ ଜିଲ୍ଲା ଯୁବ ବିଜେଡି ସଭାପତି ଅମିତ ଅଗ୍ରଓାଲ , ଉପସଭାପତି ଭରତ ମଲ୍ଲିକ ଓ ପୈାରପରିଷଦର ସମସ୍ତ କାଉନସିଲର ଯୋଗଦେଇଥିଲେ ।