Odiapua.com

ସୁନାବେଡାର ୨ ଜଣ ବ୍ୟକ୍ତି ପ୍ଲାଜମା ଦାନ କଲେ

କୋରାପୁଟ ୧୯-୧୨ (ଓଡିଆ ପୁଅ/ରଂଜନ ଦାସ)କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ସୁନାବେଡାର ୨ ଜଣ ବ୍ୟକ୍ତି ପ୍ଲାଜମା ଦାନ କରିଥିବା ଜଣାପଡିଛି।ସୁନାବେଡା ଭିଏସ ବିଦ୍ୟାଳୟର ଶିକ୍ଷକ ସନ୍ଦିପ କୁମାର ପଟନାୟକ ଓ ହାଲ ସୁନାବେଡାର ବୁଧିଆ ଜେନା ଆଜି କୋରାପୁଟ ହସପିଟାଲରେ ପ୍ଲାଜମା ଦାନ କରିଥିଲେ ବୋଲି ଜଣାପଡିଛି।କୋରାପୁଟ ହସପିଟାଲରେ ଏ ପର୍ଯ୍ୟନ୍ତ ୯୦ ଜଣ ବ୍ୟକ୍ତି ପ୍ଲାଜମା ଦାନ କରିଥିବା ବେଳେ ୧୭୫ ୟୁନିଟ ପ୍ଲାଜମା ସଂଗ୍ରହ କରାଯାଇଥିବା ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ତଥା ପ୍ଲାଜମା ୟୁନିଟର ନୋଡାଲ ଅଧିକାରୀ ମହେଶ୍ୱର ଚନ୍ଦ୍ର ନାୟକ ସୂଚନା ଦେଇଛନ୍ତି।୪୪ ୟୁନିଟ ପ୍ଲାଜମା ବ୍ୟବହୃତ ହୋଇଥିବା ବେଳେ ୧୩୧ ୟୁନିଟ ପ୍ଲାଜମା ମହଜୁଦ ଥିବା ସେ ପ୍ରକାଶ କରିଥିଲେ।ପ୍ଲାଜମା ଦାନ ସମୟରେ ନୋଡାଲ ଅଧିକାରୀ ଶ୍ରୀ ନାୟକ, ଡାକ୍ତର ଫକୀର ଚରଣ ମୁଣ୍ଡା, ସୁନାବେଡା ପୈାରପରିଷଦର ପ୍ଲାଜମା ସଂଯୋଜକ ଲକ୍ଷ୍ମିଧର ମହାପାତ୍ର ଉପସ୍ଥିତ ଥିଲେ।