Odiapua.com

ସୁନାବେଡ଼ା ପୌରାଞ୍ଚଳରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ଏବଂ ଶୁଭ ଉଦଘାଟନ

 

କୋରାପୁଟ ୦୭-୦୧(ଓଡିଆ ପୁଅ/ ରଂଜନ ଦାସ)ସୁନାବେଡ଼ା ପୌର ପରିଷଦ ଆନୁକୁଲ୍ୟରେ ଆୟୋଜିତ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ଏବଂ ଶୁଭ ଉଦଘାଟନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଏଥିରେ କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ରଘୁରାମ ପଡ଼ାଲ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ତଥା ଜିଲ୍ଲା ବିଜେଡି ସଭାପତି ଈଶ୍ବର ଚନ୍ଦ୍ର ପାଣିଗ୍ରାହୀ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ମୋ ଖତ ଷ୍ଟୋର ଏବଂ ସୁନାବେଡ଼ା ମିଶନ ଶକ୍ତି କାଫେ (୨୪ ଲକ୍ଷ), ମିଶନ ଶକ୍ତି ଭବନ ( ୪୪.୮୦ ଲକ୍ଷ), ସୁନାବେଡ଼ା ପୌର ପରିଷଦ ନୂତନ ସଭାଗୃହ(୯୨.୦୦ ଲକ୍ଷ)ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିବା ବେଳେ ବିଧାୟକ ଶ୍ରୀ ପଡ଼ାଲ ଏଵଂ ଶ୍ରୀ ପାଣିଗ୍ରାହୀ ପାର୍କିଂ ସ୍ଥାନ ( ୧୭.୦୦ ଲକ୍ଷ) ଏଵଂ ଖୋଲା ସ୍ଥାନର ଉନ୍ନତି କରଣ (୧୫.୦୦ଲକ୍ଷ)ର ଶୁଭ ଉଦଘାଟନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ନିର୍ବାହୀ ଅଧିକାରୀ ସ୍ଵସ୍ତିକ ଜମାଦାର , ସହକାରୀ ଯନ୍ତ୍ରୀ ମନୋଜ କୁମାର ପାତ୍ରଙ୍କ ସମେତ ପୌର ପରିଷଦର ପୂର୍ବତନ କାଉନସିଲର ଗଣ , ବିଜେଡ଼ି ନେତା ଏବଂ କର୍ମୀମାନେ ଉପସ୍ଥିତ ଥିଲେ।