Odiapua.com

ସୀମା ବିବାଦ ଉପରେ ଆନ୍ଧ୍ର ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଫଳପ୍ରଦ ଆଲୋଚନା

ଭୁବନେଶ୍ୱର ୯ -୧୧ (ଓଡ଼ିଆ ପୁଅ) ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀଙ୍କ ମଧ୍ୟରେ ହୋଇଛି ଫଳପ୍ରଦ ଆଲୋଚନା। ରାଜ୍ୟରେ ଥିବା ସୀମା ସମ୍ପର୍କୀତ ବିଷୟ ସମେତ ଅନେକ ବିଷୟ ଉପରେ ଆଲୋଚନା ହୋଇଥିଲା।

ଦୁଇ ମୁଖ୍ୟମନ୍ତ୍ରୀ, ବିଶେଷତଃ ଜଳ ସମ୍ପଦ, ସୀମା, ଶକ୍ତି ଏବଂ ବାମପନ୍ଥୀ ଉଗ୍ରବାଦ ସମ୍ପର୍କରେ ଆଲୋଚନା କରିଥିଲେ। କୋଟିଆ, ନେରାଡି ବ୍ୟାରେଜ୍, ଝଞ୍ଜାବତୀ ଜଳଭଣ୍ଡାର, ପୋଲାଭରମ୍, ବାହୁଡ଼ା ନଦୀ ସମେତ ଶକ୍ତି କ୍ଷେତ୍ରରେ ବାଲିମେଲା ଏବଂ ଉପର ସିଲେରୁ ପାଇଁ ପାରସ୍ପରିକ NOC ଉପରେ ହୋଇଥିଲା ଆଲୋଚନା।

ଉଭୟ ରାଜ୍ୟ ମଧ୍ୟରେ ରହିଛି ଐତିହ୍ୟ ସମ୍ପର୍କ ଏବଂ ଗୌରବମୟ ଇତିହାସ। ଆବଶ୍ୟକତା ସମୟରେ ଅତୀତରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଉଭୟ ରାଜ୍ୟ ପୂର୍ଣ୍ଣ ସହଯୋଗ ଏବଂ ସହାୟତା ପରସ୍ପରକୁ କରିଛନ୍ତି।

ଏହି ସମସ୍ୟାର ମୁକାବିଲା ପାଇଁ ଉଭୟ ରାଜ୍ୟ ପରସ୍ପକୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏତଦ୍ ବ୍ୟତୀତ ବାମପନ୍ଥୀ ଉଗ୍ରବାଦ ଏବଂ ଗଞ୍ଜେଇ ସମେତ ଉପରୋକ୍ତ ମୁଖ୍ୟ ବିଷୟ ବିଷୟରେ ଉଭୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ।

ଓଡିଆ ଏବଂ ତେଲୁଗୁ ଭାଷା ପାଇଁ ଚେୟାର ସ୍ଥାପନ ହେବ
ଅପର ପକ୍ଷରେ ଓଡିଆ ଏବଂ ତେଲୁଗୁ ଭାଷା ପାଇଁ ଏକ ଚେୟାର ସ୍ଥାପନ ଦିଗରେ ଉଭୟ ରାଜ୍ୟ କାର୍ଯ୍ୟ କରିବେ। ଏଥିପାଇଁ ବିଆର ଆମ୍ବେଦକର ବିଶ୍ୱବିଦ୍ୟାଳୟ, ଶ୍ରୀକାକୁଲମ୍ ଏବଂ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟରେ ଭାଷା ଶିକ୍ଷକ ନିଯୁକ୍ତି ସମେତ ଦୁଇ ରାଜ୍ୟର ସୀମାନ୍ତ ଜିଲ୍ଲାର ବିଦ୍ୟାଳୟଗୁଡ଼ିକରେ ପୁସ୍ତକ ଯୋଗାଣ ଏବଂ ଭାଇଚାରା ଆଚରଣକୁ ପ୍ରୋତ୍ସାହିତ କରିବା ପାଇଁ ପଦକ୍ଷେପ ନିଆଯିବ।

ଉଭୟ ରାଜ୍ୟ ପାରସ୍ପରିକ ପରମ୍ପରାକୁ ଜାରି ରଖିବେ ବୋଲି ସ୍ଥିର ହୋଇଥିଲା।

ଉଭୟ ରାଜ୍ୟର ମୁଖ୍ୟ ଶାସନ ସଚିବମାନେ ଏକ ଅନୁଷ୍ଠାନିକ ମେକାନିଜିମ୍‌ ସ୍ଥାପନ କରିବେ ଯେଉଁଥିରେ ଉଲ୍ଲେଖନୀୟ ପ୍ରସଙ୍ଗ ଏବଂ ଏହାର ସମାଧାନ ଲୋକଙ୍କ ସ୍ୱାର୍ଥରେ କରାଯାଇପାରିବ।