Odiapua.com

ସିଲେଇ ଦୋକାନରେ ଲାଗିଲା ନିଆଁ  ଓ ଅଗ୍ନିଶମ କର୍ମଚାରୀ ପହଂଚି ନିଆଁକୁ ଆୟତ କଲେ

କୋରାପୁଟ  ୦୭-୦୩(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଏକ ସିଟକଭର ସିଲେଇ ଦୋକାନରେ  ରବିବାର ଅପାରହ୍ନରେ ନିଆଁ ଲାଗିଯାଇଥିଲା ।କୋରାପୁଟ ଅଗ୍ନିଶମ କର୍ମଚାରୀ ଖବର ପାଇ ଆସିଥିଲେ ।ପ୍ରାୟ ୪୫ ମିନିଟ ପରେ ନିଆଁକୁ ଆୟତ କରାଯାଇଥିଲା ବୋଲି ଅଗ୍ନିଶମ କର୍ମଚାରୀ ରତ୍ନାକର ବାଗ ସୂଚନା ଦେଇଛନ୍ତି । ବିଦ୍ୟୁତ ସଟସର୍କିଟ ଯୋଗୂଁ  ନିଆଁ ଲାଗିଥାଇପାରେ ବୋଲି କୁହାଯାଉଥିବା ବେଳେ ତଦନ୍ତ କଲାପରେ ହିଁ ପ୍ରକୃତ କାରଣ ଜଣାପଡିବ । ଦୋକାନରେ ଥିବା ସମସ୍ତ ଜିନିଷ ପୋଡି ନଷ୍ଟ ହୋଇଯାଇଛି ଓ ଯାହାର ଆନୁମାନିକ ମୂଲ୍ୟ ପ୍ରାୟ   ଏକ ଲକ୍ଷ ଟଙ୍କା ହେବ ବୋଲି ଦୋକାନୀ ଏସ.ରମେଶ ରାଓ ସୂଚନା ଦେଇଛନ୍ତି ।ଏହି ଖବର ପାଇବା ପରେ ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଜ୍ଞାନଜିତ ତ୍ରୀପାଠୀ , ବିଭାଗୀୟ ଅଧିକାରୀ ପି.କେ.ସାମଲ ପ୍ରମୁଖ ଘଟଣାସ୍ଥଳକୁ ଆସିଥିଲେ ।