Odiapua.com

ସିବିଏସଇ ୧୦ମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶିତ- ସ୍ୱାମୀ ବିବେକାନନ୍ଦ ବନଭାରତୀ ବିଦ୍ୟାପୀଠର ଛାତ୍ରୀ ବର୍ଷା ପଣ୍ଡା ସ୍କୁଲରେ ଟପ୍ପର

କୋରାପୁଟ ୦୬-୦୫-୧୯(ଓଡିଆ ପୁଅ/ରଂଜନ କୁମାର ଦାସ)କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ(ସିବିଏସଇ)ର ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶିତ ହୋଇଯାଇଛି। ସ୍ୱାମୀ ବିବେକାନନ୍ଦ ବନଭାରତୀ ବିଦ୍ୟାପୀଠର ଛାତ୍ରୀ ବର୍ଷା ପଣ୍ଡା ଶତକଡା ୯୫ ପ୍ରତିଶତ ମାର୍କ ରଖି ସ୍କୁଲରେ ଟପ୍ପର ହୋଇଥିବା ଜଣାପଡିଛି। ସମୁଦାୟ ୪୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ସେଥି ମଧ୍ୟରୁ ୨୭ ଜଣ ପ୍ରଥମ ଶ୍ରେଣୀ, ୬ ଜଣ ଦ୍ୱିତୀୟ ଶ୍ରେଣୀ ଓ ୮ ଜଣ ତୃତୀୟ ଶ୍ରେଣୀରେ ଉତୀର୍ଣ୍ଣ ହୋଇଥିବା ଜଣାପଡିଛି। ବିଦ୍ୟାପୀଠର ଅଧ୍ୟକ୍ଷା ଅତସୀ ସାହୁ, ଶିକ୍ଷକ/ଶିକ୍ଷୟତ୍ରୀ ଏବଂ ପରିଚାଳନା କମିଟିର ସଦସ୍ୟମାନେ ବର୍ଷା ପଣ୍ଡାଙ୍କୁ ଶୁଭେଛା ପ୍ରଦାନ କରିଥିଲେ।