Odiapua.com

ସିବିଏସଇ ଦଶମ ପରୀକ୍ଷାରେ ଭିଏସ ବିଦ୍ୟାଳୟର ଶତ ପ୍ରତିଶତ ସଫଳତା

କୋରାପୁଟ ୦୪-୦୮(ଓଡିଆ ପୁଅ /ରଂଜନ ଦାସ)କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ପ୍ରକାଶିତ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶିତ ହୋଇଯାଇଛି ।ସୁନାବେଡା ମିଗନଗରୀସ୍ଥିତ ଭିଏସ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଉତୀର୍ଣ୍ଣ ହୋଇଥିବା ଜଣାପଡିଛି ।ବିଦ୍ୟାଳୟର ୧୫୦ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩୨ ଜଣ  ୯୦ ପ୍ରତିଶତରୁ ଉର୍ଦ୍ଧ୍ୱନମ୍ବର ରଖିଥିବା ବେଳେ ୩୬ ଜଣ ୮୦ ରୁ ୯୦ ପ୍ରତିଶତ ମଧ୍ୟରେ ୪୧ ଜଣ ୭୦ରୁ ୮୦ ପ୍ରତିଶତ ଓ ୨୫ ଜଣ ୬୦ ରୁ ୭୦ ପ୍ରତିଶତ ମାର୍କ ରଖି ଉତୀର୍ଣ୍ଣ ହୋଇଥିବା ଜଣାପଡିଛି ।ସାଇ ସ୍ୱରୂପ ସର୍ବାଧିକ୯୬.୨ ପ୍ରତିଶତ ନମ୍ବର ରଖି ବିଦ୍ୟାଳୟରେ ଟପ୍ପର ହୋଇଥିବା ବେଳେ ସଂସ୍କାରା ଓ ଶାଶ୍ୱତ ଅଙ୍କୁର ମହାରଣା୯୫.୨ ପ୍ରତିଶତ ରଖି ଦ୍ୱିତୀୟ ସ୍ଥାନ ଏବଂ ସ୍ପନ୍ଦନ ଭରଦ୍ୱାଜ ୯୫ ପ୍ରତିଶତ ମାର୍କ ରଖି ତୃତୀୟ ସ୍ଥାନ ଅଧିକାର କରିଥିବା ଜଣାପଡିଛି ।ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସଫଳତା ପାଇଁ ଏରୋନଟିକସ ଏଜୁକେସନ ସୋସାଇଟିର ସାଧାରଣ ସଂପାଦକ ସୁଦୀପ୍ତ ଚାଟାର୍ଜି ,ବିଦ୍ୟାଳୟର ସଂପାଦକ ତନବିର ଆଲାମ, ଅଧ୍ୟକ୍ଷ ହେମନ୍ତ କୁମାର ସେଠ ଏବଂ ଉପାଧ୍ୟକ୍ଷ ପି.କେ.ମିଶ୍ର ଛାତ୍ରଛାତ୍ରୀ,ଶିକ୍ଷକ,ଶିକ୍ଷୟତ୍ରୀ ଓ ଅଭିଭାବକମାନଙ୍କୁ ଶୁଭେଛା ଜଣେଇଛନ୍ତି ।