Odiapua.com

ସିବିଏସଇ ଦଶମ ପରୀକ୍ଷାରେ କୋରାପୁଟ କେନ୍ଦ୍ରୀୟ ବିଦ୍ୟାଳୟର ଶତ ପ୍ରତିଶତ ସଫଳତା

କୋରାପୁଟ ୦୬-୦୮(ଓଡିଆ ପୁଅ /ରଂଜନ ଦାସ)କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶିତ ହୋଇଯାଇଛି ।କୋରାପୁଟ କେନ୍ଦ୍ରୂୀୟ ବିଦ୍ୟାଳୟର ପରୀକ୍ଷା ଦେଇଥିବା ୮୧ ଜଣ ଛାତ୍ରଛାତ୍ରୀ ଉତୀର୍ଣ୍ଣ ହୋଇଥିବା ଭାରପ୍ରାପ୍ତ ଅଧ୍ୟକ୍ଷ ଅରବିନ୍ଦ ବିଶ୍ୱାଲ ସୂଚନା ଦେଇଛନ୍ତି ।୧୪ ଜଣ ୯୦ ପ୍ରତିଶତରୁ ଉର୍ଦ୍ଧ୍ୱ ନମ୍ବର ରଖିଥିବା ସେ ପ୍ରକାଶ କରିଛନ୍ତି ।ଆଶିଷ କୁମାର ମୁନି ସର୍ବାଧିକ ୯୬.୦୮ ପ୍ରତିଶତ ନମ୍ବର ରଖି  ବିଦ୍ୟାଳୟରେ ଟପ୍ପର ହୋଇଥିବା ବେଳେ ଆୟୁଷ କୁମାର ଦାସ୯୬.୬ ପ୍ରତିଶତ ନମ୍ବର ରଖି ଦ୍ୱିତୀୟ ଓ ସୁଶ୍ରୀ ସ୍ୱାଗତିକା ନାୟକ୯୫.୮ ପ୍ରତିଶତ ନମ୍ବର ରଖି ତୃତୀୟ ସ୍ଥାନ ଅଧିକାର କରିଥିବା  ସେ ସୂଚନା ଦେଇଛନ୍ତି ।ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସଫଳତା ପାଇଁ ଭାରପ୍ରାପ୍ତ ଅଧ୍ୟକ୍ଷ ଅରବିନ୍ଦ ବିଶ୍ୱାଲ ଛାତ୍ରଛାତ୍ରୀ , ଶିକ୍ଷକ,ଶିକ୍ଷୟତ୍ରୀ  ଓ ଅଭିିଭାବକମାନଙ୍କୁ ଶୁଭେଛା ଜଣେଇଛନ୍ତି ।