Odiapua.com

ସିଏଏ ସମର୍ଥନରେ ଖୋର୍ଦ୍ଧାରେ ଶୋଭାଯାତ୍ରା

ଖୋର୍ଦ୍ଧା: ନାଗରିକ ସଂଶୋଧନ ଆଇନ (ସିଏଏ) ସମର୍ଥନରେ ରାଷ୍ଟ୍ରପ୍ରେମୀ ସଚେତନ ନାଗରିକ, ଖୋର୍ଦ୍ଧା ପକ୍ଷରୁ ଖୋର୍ଦ୍ଧା ନଗରରେ ଏକ ଶୋଭାଯାତ୍ରା ଆୟୋଜନ ହୋଇଯାଇଛି।ଏଥିରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସଏସ)ର ବିଭାଗ କାର୍ଯ୍ୟବାହ ବେଲେଶ୍ୱର ସାହୁ, ନଗର ସଂଘ ଚାଳକ କିଶୋର ବରାଳ, ବିଜେପି ନେତା ନିକୁଞ୍ଜ କିଶୋର ପଟ୍ଟନାୟକ, ସୁବାସ ଗନ୍ତାୟତ, ଅଜୟ କୁମାର ମିଶ୍ର, ଅଜିତ କୁମାର ପଟ୍ଟନାୟକ, କାଳୁଚରଣ ଖଣ୍ଡୟତରାୟ, ନୀଳ ଷଡ଼ଙ୍ଗୀ, ପ୍ରତାପ ମହାପାତ୍ର, ବିଜେପି ନେତ୍ରୀ ରଶ୍ମିମୟୀ ପଟ୍ଟନାୟକ, ମିନା କୁମାରୀ ଦାସ, ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ସତ୍ୟ ବିଷୋଇ, ସରୋଜ ପାଲଟାସିଂହ, ସୁଶାନ୍ତ ପଟ୍ଟନାୟକ, ବିଶ୍ଵ ହିନ୍ଦୁ ପରିଷଦ (ଭିଏଚପି)ର ନରେନ୍ଦ୍ର ସାହୁ, ବିଭୁଦେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ସମେତ ଆଲୋକ ରଞ୍ଜନ ଛୋଟରାୟ, ଅଭିଷେକ ଛୁଆଳସିଂହ, ମାନସ ରଞ୍ଜନ ପଟ୍ଟନାୟକ ଆଦି ଯୁବ ନେତୃତ୍ୱ ମାନେ ଯୋଗ ଦେଇଥିଲେ।ନଗର ପରିକ୍ରମା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରଦାନ କରଯାଇଥିଲା।/-ଦେବଦତ୍ତ ରଥ

ଧର୍ମେନ୍ଦ୍ର – ଅପରାଜିତା ଶୀତଳ ଯୁଦ୍ଧ: ମ୍ୟାଡମଙ୍କୁ ଡରୁଛନ୍ତି କି ମନ୍ତ୍ରୀ?