Odiapua.com

ସାମୁଦ୍ରିକ ବାତ୍ୟା “ଗୁଲାବ”ର ପ୍ରଭାବରେ ପାହାଡ଼ ଧସି ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ

କୋରାପୁଟ : ୨୭/୯ (ଓଡ଼ିଆ ପୁଅ/ଅଭିନାଶ ଜାନାମ) ଜିଲ୍ଲାର ପଟାଙ୍ଗି ଦେଇ ବିଶାଖାପାଟନମ ୨୬ ନମ୍ବର ଜାତୀୟ ରାଜପଥ ଉପରେ ସାମୁଦ୍ରିକଝଡ଼ ଗୁଲାବର ପ୍ରଭାବରେ ରାଳେଗଡ଼ା ନିକଟରେ ଲଗାଣ ବର୍ଷା ଯୋଗୁଁ ପାହାଡ଼ ଧସି ରାସ୍ତା ଉପରେ ମାଟି ପଥର ପଡ଼ି ରାସ୍ତା ଅବରୋଧ ହୋଇଥିବାବେଳେ ରାସ୍ତାର ଦୁଇ ପାର୍ଶ୍ଵରେ ଯାନବାହାନ ଚଳାଚଳ ବନ୍ଦ ରହିଛି। ଜିଲ୍ଲାରେ ବାତ୍ୟା ଯୋଗୁଁ ସଜାଗ ରହିଥିବା ଅଗ୍ନିଶମ ବିଭାଗ ଓ ପିଡ଼ବ୍ଲ୍ୟୁ କର୍ମଚାରୀ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ମାଟି ପଥର ହଟାଇ ରାସ୍ତା ସପା କାମରେ ଲାଗିବଡ଼ିଛନ୍ତି। ଶୀଘ୍ର ରାସ୍ତା ସପା କରାଯିବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି।