Odiapua.com

ସାମୁଦ୍ରିକ ଝଡ ଫନିର ପ୍ରଭାବ ପୂର୍ବରୁ କୋରାପୁଟ ବ୍ଲକ କର୍ମଚାରୀ ମାଇକ ଯୋଗେ ପ୍ରଭାବିତ ହେବାକୁ ଥିବା ଗ୍ରାମବାସୀଙ୍କୁ ସଚେତନ କରାଇଲେ

କୋରାପୁଟ ୦୨-୦୫ (ଓଡିଆ ପୁଅ/ରଂଜନ କୁମାର ଦାସ) ସାମୁଦ୍ରିକ ଝଡ ଫନିର ପ୍ରଭାବ ପୂର୍ବରୁ କୋରାପୁଟ ବ୍ଲକ କର୍ମଚାରୀ ମାଇକ ଯୋଗେ ପ୍ରଭାବିତ ହେବାକୁ ଥିବା ଗ୍ରାମବାସୀଙ୍କୁ ସଚେତନ କରାଇଥିବା ଜଣାପଡିଛି।କୋରାପୁଟ ବିଡିଓ ନରେନ୍ଦ୍ର ନାୟକ ଓ ଗ୍ରାମପଂଚାୟତ ସଂପ୍ରସାରଣ ଅଧିକାରୀ ସୁରେଶ ହୋତଇ ପ୍ରମୁଖ ମାନବାର, କେନ୍ଦାର, ମହାଦେଇପୁଟର ଲାଲଗୁଡା ପ୍ରମୁଖ ଗ୍ରାମକୁ ଯାଇ ମାଇକ ଯୋଗେ ଯଦି ଫନି ଯୋଗୁଁ ବର୍ଷା ହୁଏ ତେବେ ନିରାପଦ ସ୍ଥାନ ସ୍କୁଲ କିମ୍ବା ଅଗଂନବାଡି ଗୃହରେ ଆଶ୍ରୟ ନେବାକୁ ପରାମର୍ଶ ଦେଇଥିଲେ।ଏପରିକି କୈାଣସି ଅସୁବିଧା ହୁଏ ତେବେ ନିକଟସ୍ଥ ପଂଚାୟତ ନିର୍ବାହୀ ଅଧିକାରୀ, ଅଗଂନବାଡି କର୍ମୀ କିମ୍ବା ଅଶାକର୍ମୀଙ୍କୁ ଜଣେଇବାକୁ ନିବେଦନ କରିଥିଲେ।କୋରାପୁଟ ବ୍ଲକର ୪ ଟି ଗ୍ରାମ ଅସୁରକ୍ଷିତ ଥିବା ଚିହ୍ନଟ କରାଯାଇଥିବା ଜଣାପଡିଛି।ମହାଦେଇପୁଟ ପଂଚାୟତର ଲାଲଗୁଡା ଗ୍ରାମର ପ୍ରଭାବିତ ଲୋକେ ଡୋଲିଆମ୍ବା ସ୍କୁଲରେ ଆଶ୍ରୟ ନେବେ ବୋଲି ସ୍ଥିର କରାଯାଇଥିବା ବେଳେପଦ୍ମପୁର ପଂଚାୟତର ଖାଲପଦର ଲୋକେ ପ୍ରାଥମିକ ବିଦ୍ୟାଳୟ ଖାଲପଦର, ବଡସୁକୁ ପଂଚାୟତର ସିରସି ଗ୍ରାମର ଲୋକେ ସିରସି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଡୁମୁରିପଦର ପଂଚାୟତର ମାଲିଚଳାର ଗ୍ରାମ ଲୋକେ ମାଲିଚଳାର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଶ୍ରୟ ନେବେ ବୋଲି ସ୍ଥିର କରାଯାଇଥିବା ବିଡିଓ ଶ୍ରୀ ନାୟକ ସୂଚନା ଦେଇଥିଲେ।