Odiapua.com

ସାମାଜିକ ସମୀକ୍ଷା ଗ୍ରାମସଭା- ୧୩ ଗୋଟି ପଂଚାୟତରେ ୭୫ ଭୁତ ପେନସନଧାରୀ, ଏମଜିନାରେଗାରେ ୪ ଲକ୍ଷ ୬୦ ହଜାର ଟଙ୍କା ଆତ୍ମସାତ

କୋରାପୁଟ ; ତା୨୬-୦୨-୧୮(ଓଡିଆ ପୁଅ/ରଂଜନ କୁମାର ଦାସ) ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମରେ ଦିଆଯାଉଥିବା ସହାୟତା ଓମହତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରେ ଗତ ତା୦୧-୦୪-୧୮ରିଖରୁ ତା୩୦-୦୯-୧୮ରିଖ ପର୍ଯ୍ୟନ୍ତ ହୋଇଥିବା ପ୍ରକଳ୍ପଗୁଡିକର ଜିଲ୍ଲାର ୧୩ ଟି ବ୍ଲକର ୧୩ ଟି ଗ୍ରାମ ପଂଚାୟତରେ ସାମାଜିକ ସମୀକ୍ଷା ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି।ବନ୍ଧୁଗାଁ ବ୍ଲକର ଆଲମୁଣ୍ଡା ପଂଚାୟତ, ବୈପାରୀଗୁଡାର ଚନ୍ଦ୍ରପଡା, ବୋରିଗୁମ୍ମାର ସୋରଗିଗୁଡା, ଦଶମନ୍ତପୁରର ଗାଦିଆଗୁଡା, ଜୟପୁରର ବାରିଣୀପୁଟ, କøାଟପାଡର ଏସବି ନୂଆଗାଁ, କୁନ୍ଦ୍ରାର ଲିମା, ଲକ୍ଷ୍ମିପୁରର ଓଡିଆପେଣ୍ଠ, ନନ୍ଦପୁରର ପାଡୁଆ, ନାରାୟଣପାଟଣାର ନାରାୟଣପାଟଣା, ପଟ୍ଟାଙ୍ଗୀର ଶୁଙ୍ଗୀ ଓ ସେମିଲିଗୁଡାର ସୁବାଇ ପଂଚାୟତରେ ଆଜି ଗ୍ରାମସଭା ଅନୁଷ୍ଠିତ କରାଯାଇଥିଲା ବୋଲି ଜିଲ୍ଲା ସାମାଜିକ ସମୀକ୍ଷକ ଅନିଲ କୁମାର ମହାରଣା ସୂଚନା ଦେଇଥିଲେ।୧୩ ଗୋଟି ପଂଚାୟତରେ ୭୫ ଜଣ ପେନସନଧାରୀ ମୃତ୍ୟୁବରଣ କରିଥିଲେ ମଧ୍ୟ ସେମାନଙ୍କୁ ପେନସନ ପ୍ରଦାନ କରାଯାଉଥିଲା ବୋଲି ଗ୍ରାମସଭାରୁ ଜଣାପଡିଛି।ମହତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୪ ଲକ୍ଷ ୬୦ ହଜାର ଟଙ୍କା ଆତ୍ମସାତ କରାଯାଇଥିବା ସେ ସୂଚନା ଦେଇଥିଲେ।ଏହି ଅର୍ଥକୁ ଅସୁଲ କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯିବ ବୋଲି ସେ ପ୍ରକାଶ କରିଥିଲେ।୧୩ ଟି ଗ୍ରାମସଭାରେ ୪୫୦ ଜଣ ନୂତନ ପେନସେନଦାରୀ ଆବେଦନ କରିଥିବା ସେ ସୂଚନା ଦେଇଛନ୍ତି।ପେନସନଧାରୀ ମୃତ୍ୟୁବରଣ କରିଥିଲେ ସୁଦ୍ଧା କିପରି ୭୫ ଟି ଭୁତ ପେନସନ ଦିଆଯାଉଥିଲା ଏବଂ ଏଥିରେ ଯେଉଁମାନେ ସଂପୃକ୍ତ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହେଉଛି।ଏହା କେବଳ ୧୩ ଟି ଗ୍ରାମପଂଚାୟତର ହୋଇଥିବା ବେଳେ ବାକି ୨୨୭ ପଂଚାୟତରେ କେତେ ଭୁତ ପେନସନଧାରୀ ଥିବେ ତାହା ଜିଲ୍ଲାପ୍ରଶାସନ ଚିହ୍ନଟ କରିବେ କି ! ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି।

ପଟ୍ଟାଙ୍ଗୀ ବ୍ଲକର ଶୁଙ୍ଗୀ ପଂଚାୟତରେ ସିମାଦ୍ରୀ ଜାନିଙ୍କ ଅଧ୍ୟକ୍ଷତାରେ ଗ୍ରାମସଭା ଆୟୋଜିତ ହୋଇଥିଲା।ଏଥିରେ ରୁଦ୍ର ପ୍ରତାପ ସାମନ୍ତ ସିଂହାର ନୋଡାଲ ଅଧିକାରୀଭାବେ ଯୋଗଦେଇଥିବା ବେଳେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୈାଦାମିନୀ ପ୍ରଧାନ, ଡାକ୍ତର ପ୍ରୀୟବ୍ରତ ଦାସ, ରାଜସ୍ୱ ନିରୀକ୍ଷକଗୈାରୀଶଙ୍କର ପଟନାୟକ, ଜିଲ୍ଲା ସାମାଜିକ ସୁରକ୍ଷା କାର୍ଯ୍ୟାଳୟର ଦିଲିପ କୁମାର ହିଆଲ ପ୍ରମୁଖଙ୍କ ସହ ୩୦୦ ଜଣ ଲୋକ ଉପସ୍ଥିତ ଥିଲେ।ଗଉଡଗୁଡା ଗ୍ରାମର ଖରା ଧନ ଓ ଖରା ଘାସୁ, ଜାମ୍ବୁଗୁଡା ଗ୍ରାମର ଧନର୍ଜୟ ହନ୍ତାଲ, କଟାଓାଲସାର ଖରା ପାଣ୍ଡୁ, ଲାଉଡିର ସେଟି ଗାଂଗାୟା, ରୟାଲପାଡୁର ଗେମେଲ ଲାଛାୟା, ଶଂଖପାଡୁର ମୁଟେ ସିତାମା ଗଂଗାପାଣିର ହନ୍ତାଲ ଭିମାନା ମୃତ୍ୟୁବରଣ କରିଥିଲେ ସୁଦ୍ଧା ପେନସେନ ଦିଆଯାଉଥିଲା ବୋଲି ବ୍ଲକ ସାମାଜିକ ସମୀକ୍ଷକ ରଘୁରାମ ବାଙ୍କା ସୂଚନା ଦେଇଥିଲେ।୫୧ ଜଣ ନୂତନ ହିାତଧିକାରୀ ପେନସନ ନିମନ୍ତେ ଆବେଦନ କରିଥିଲେ ବୋଲି ସେ ପ୍ରକାଶ କରିଥିଲେ।ମହତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଅନିୟମିତତା ହୋଇଥିବା ସେ ସୂଚନା ଦେଇଥିଲେ।ଗ୍ରାମ୍ୟ ସାଧନକର୍ମି ଯମୁନା ଖରା, ଗାଙ୍ଗେଶ୍ୱରୀ ବାଙ୍କା, ରାଧିକା ତାମାଲ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ।