Odiapua.com

ସାଧାରଣ ନିର୍ବାଚନ ପରିଚାଳନା ପାଇଁ ମାଜିଷ୍ଟ୍ରେଟ-ପୁଲିସ ବୈଠକ

କୋରାପୁଟ;ତା୧୩-୦୩-୧୯(ଓଡିଆପୁଅ/ରଂଜନ କୁମାର ଦାସ)୨୦୧୯ ସାଧାରଣ ନିର୍ବାଚନ ପରିଚାଳନା ନିମନ୍ତେ କୋରାପୁଟ ଜିଲା ପ୍ରଶାସନ ଦ୍ୱାରା ବୁଧବାର ମାଜିଷ୍ଟ୍ରେଟଏବଂ ପୁଲିସ ଅଧିକାରୀ ମାନଙ୍କର ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସଦଭାବନା ସଭାଗୃହରେ ଜିଲାପାଳ କେ. ସୂଦର୍ଶନ ଚକ୍ରବର୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏସପି.ଡା.କେ.ଭି.ସିଂହ୍,ଅତିରିକ୍ତ ଏସପି ସାଗରିକା ନାଥ,ଅତିରିକ୍ତ ଜିଲାପାଳ ଦେବେନ କୁମାର ପ୍ରଧାନ,ଡିଆରଡିଏ ପ୍ରକଳ୍ପ ନିଦେ୍ର୍ଦଶକ ତଥା ଆଦର୍ଶ ଆଚରଣ ବିଧି ନୋଡାଲ ଅଧିକାରୀ ମହମ୍ମଦ ଅବଦ୍ଦୁଲ ଅଖତାର, କୋରାପୁଟ ଜିଲ୍ଲା ସହରାଂଚଳ ଉନ୍ନୟନ ପ୍ରକଳ୍ପ ନିଦେ୍ର୍ଦଶିକା ଅନନ୍ୟା ଦାସ ,କୋରାପୁଟ ଉପ-ଜିଲାପାଳ ଲଳିତ କୁମାର କହଁର,ଜୟପୁର ଉପ-ଜିଲାପାଳ ଲୋକନାଥ ଦଳବେହେରାଙ୍କ ସମେତ ସମସ୍ତ ତହସିଲଦାର,ବିଡିଓ,ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ,ପୁଲିସ୍ ଇନସପେକ୍ଟର,ସବ-ଇନସପେକ୍ଟର ଯୋଗ ଦେଇଥିଲେ । ବୈଠକରେ ନିର୍ବାଚନ ସମ୍ପର୍କୀତ ତଥା ଆଦର୍ଶ ଆଚରଣ ବିଧି ପାଳନ ନିମନ୍ତେ ନିର୍ବାଚନ କମିଶନ ଦେଇଥିବା ନିଦେ୍ର୍ଦଶବଳୀ ଉପରେ ଆଲୋଚନା କରିଥିଲେ । ବିଭିନ୍ନ ଦଳର ପ୍ରାଥୀଙ୍କ ଦ୍ୱାରା ବ୍ୟବହୃତ ଗାଡି,ସଭା ସମିତି ସମ୍ପର୍କରେ ଟିକନିଖି ସୂଚନା ରଖିବା ସହ ନିରପେକ୍ଷତା ଅବଲମ୍ବନ କରିବାକୁ ଜିଲା ନିର୍ବାଚନ ଅଧିକାରୀ ତଥା ଜିଲାପାଳ ପରାମର୍ଶ ଦେଇଥିଲେ । ଜିଲାର ମାଓ ପ୍ରବଣ ଅଂଚଳ ବିଶେଷ କରି ନାରାୟଣପାଟଣା,ବନ୍ଧୁଗାଁ,ଲମତାପୁଟ,ବୈପାରିଗୁଡା ପଟ୍ଟାଙ୍ଗି,ନନ୍ଦପୁର ବ୍ଲକର ଆଭ୍ୟନ୍ତରୀଣ ମତଦାନ କେନ୍ଦ୍ର ଉପରେ କଡା ନଜର ରକାଯିବା ସହ ସୀମାବର୍ତି ଇଲାକାରେ ପୁଲିସ ଓ କେନ୍ଦ୍ରୀୟ ଯବାନକୁ ସତର୍କ ରଖାଯିବାକୁ ଆଲୋଚନା ହୋଇଥିଲା ।