Odiapua.com

ସାଧାରଣ ନିର୍ବାଚନ ନିମନ୍ତେ ଜିଲ୍ଲାସ୍ତରୀୟ ତାଲିମ

କୋରାପୁଟ ; ତା୨୨-୦୧-୧୯(ଓଡିଆ ପୁଅ /ରଂଜନ କୁମାର ଦାସ) ଆସନ୍ତା ସାଧାରଣ ନିର୍ବାଚନ ଘୋଷଣା ହେବାକୁ ଆଉ କେତେ ଦିନ ରହିଥିବା ବେଳେ କୋରାପୁଟ ଜିଲ୍ଲା ପ୍ରଶାସନ ତରଫରୁ ସ୍ଥାନୀୟ ସଦଭାବନା ସଭାଗୃହଠାରେ ଏକ ଜିଲ୍ଲାସ୍ତରୀୟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।କୋରାପୁଟ ଏଡିଏମ ଦେବେନ କୁମାର ପ୍ରଧାନ ଆଦର୍ଶ ଆଚରଣ ବିଧି ସଂପର୍କରେ ଆଲୋକପାତ କରିଥିବା ବେଳେ କୋରାପୁଟ ଏସପି ଡାକ୍ତର କନଓାର ବିଶାଳ ସିଂ, କୋରାପୁଟ ଉପଜିଲ୍ଲାପାଳ ଲଲିତ କୁମାର କହଁର, ଜୟପୁରର ଉପଜିଲ୍ଲାପାଳ ଲୋକନାଥ ଦଳବେହେରା, କୋରାପୁଟ ଅତିରିକ୍ତ ଏସପି ଭି .ଆର.ରାଓ ଓ ଉଦ୍ଧବ ନାୟକ, କୋରାପୁଟ ଡିଏଫଓ ପି.ପୂର୍ଣ୍ଣିମା, ଜିଲ୍ଲାର ସମସ୍ତ ସେକ୍ଟର ଅଫିସର, ଅବକାରୀ ଓ ଥାନା ଅଧିକାରୀମାନେ ଯୋଗଦେଇଥିଲେ।

ଆାସନ୍ତା ସାଧାରଣ ନିର୍ବାଚନ ଜିଲ୍ଲାରେ ଯେପରି ଶାନ୍ତିପୂର୍ଣ୍ଣଭାବେ ପରିଚାଳିତ ହେବ ସେଥିପ୍ରତି ତାଲିମରେ ଗୁରୁତ୍ୱ ଦିଆଯାଇଥିଲା ବୋଲି କୋରାପୁଟ ଏଡିଏମ ଦେବେନ କୁମାର ପ୍ରଧାନ ସୂଚନା ଦେଇଥିଲେ।