Odiapua.com

ସାଂସଦ ସୌମ୍ୟ ପଟ୍ଟନାୟକଙ୍କ କୋରାପୁଟ ଗସ୍ତ ସେମିଲିଗୁଡା, ଦଶମନ୍ତପୁରରେ ବାଂଟିଲେ ଖାଦ୍ୟ ସୁରକ୍ଷା କାର୍ଡ

କୋରାପୁଟ; ତା୦୯-୧୦-୧୮(ଓଡିଆ ପୁଅ/ରଂଜନ କୁମାର ଦାସରାଜ୍ୟସଭା ସାଂସଦ ତଥା ବିଜୁ ଜନତା ଦଳର ଅବିଭକ୍ତ କୋରାପୁଟ ଜିଲା ପାଇଁ ନିଯୁକ୍ତ ବରିଷ୍ଠ ପର୍ଯ୍ୟବେକ୍ଷକ ସୌମ୍ୟ ରଂଜନ ପଟ୍ଟନାୟକ ଦୁି ଦିନିଆ କୋରାପୁଟ ଜିଲା ଗସ୍ତରେ ଆସି ପହଂଚିଛନ୍ତି। ନିଯୁକ୍ତ ପରେ ପ୍ରଥମ ଥର ପାଇଁ ସେ କୋରାପୁଟ ଗସ୍ତ କରିଥିବାରୁ ଜିଲା ବିଜେଡି ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଦିଆ ଯାଇଥିଲା। ପରେ ଏକ ବିରାଟ ମୋଟର ସାଇକଲ ଶୋଭାଯାତ୍ରାରେ ସାଂସଦ ଶ୍ରୀ ପଟ୍ଟନାୟକଙ୍କୁ ସେମିଲିଗୁଡା ନିଆଯାଇଥିଲା। ସେମିଲିଗୁଡା ବ୍ଲକ କାର୍ଯ୍ୟାଳୟରେ ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ସମାରୋହରେ ରାଜ୍ୟ ସରକାରଙ୍କ ନିଜସ୍ୱ ପାଣ୍ଠିରେ ଆରମ୍ଭ କରା ଯାଇଥିବା ଖାଦ୍ୟ ସୁରକ୍ଷା ଯୋଜନାରେ ୯୦ଜଣ ହିତାଧିକାରୀଙ୍କୁ ରାଜ୍ୟସଭା ସାଂସଦ ଖାଉଟି କାର୍ଡ ପ୍ରଦାନ କରିଥିଲେ। ସ୍ଥାନୀୟ ବିଧାୟକ ତଥା ଜିଲା ଯୋଜନା କମିଟି ଅଧ୍ୟକ୍ଷ ପ୍ରଫୁଲ ପାଙ୍ଗି, କୋରାପୁଟ ସାଂସଦ ଝିନ୍ନ ହିକକା, ଜିଲା ବିଜେଡି ସଭାପତି ତଥା ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଇଶ୍ୱର ପାଣିଗ୍ରାହି, ରାଜ୍ୟ ଖଦି ବୋର୍ଡ ସଭାପତି ତେଜେଶ୍ୱର ପରିଡା, କ୍ରୀଟ ଅଧ୍ୟକ୍ଷ ଅଶୋକ ପାଙ୍ଗି, ଜିଲ୍ଲା ପରିଷଦ ଉପ-ସଭାପତି ତୁଲସି କିରସାନି, ଜିଲ୍ଲା ମହିଳା ବିଜେଡିର କାର୍ଯ୍ୟକାରୀ ସଭାପତି ରୀତା ପାଣିଗ୍ରାହୀ, ପୂର୍ବତନ ବିଧାୟକ ରଘୁରାମ ପଡାଲ, ଜିଲ୍ଲା ଯୁବ ବିଜେଡି ସଭାପତି ଅମିତ ଅଗ୍ରଓାଲ, ଉପସଭାପତି ଭରତ ମଲ୍ଲିକ, ସୁନାବେଡା ମ୍ୟୁନସିପାଲଟି ଅଧ୍ୟକ୍ଷା ଶୁଭ୍ରଶ୍ରୀ ମଲ୍ଲିକ ପ୍ରମୁଖ ସମାରୋହରେ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଜନହିତକର ଯୋଜନା ଉପରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପରେ ଆଧାରୀତ ଏକ ପଥପ୍ରାନ୍ତ ନାଟକ ପରିବେଷଣ କରା ଯାଇଥିଲା।ରାଜ୍ୟରେ କେହି ହେଲେ ବି ଯେପରି ଭୋକିଲା ରହିବେ ନାହିଁ ସେଥିପ୍ରତି ରାଜ୍ୟ ସରକାର ଯତ୍ନବାନ ହୋଇ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ଆରମ୍ଭ କରିଥିବା ଶ୍ରୀ ପଟନାୟକ ସାମ୍ବାଦିକାମାନଙ୍କୁ ସୂଚନା ଦେଇଥିଲେ।ସାମ୍ବାଦିକମାନଙ୍କ ଉପରେ ହେଉଥିବା ଆକ୍ରମଣକୁ ସେ ନିନ୍ଦା କରିବା ସହ ରାଜ୍ୟ ସରକାର ସାମ୍ବାଦିକାମାନଙ୍କ ନିମନ୍ତେ କରିଥିବା ଯୋଜନା ଉପରେ ଉପସ୍ଥାପନା କରିଥିଲେ।ଅବିଭକ୍ତ କୋରାପୁଟ ଜିଲ୍ଲାର ୧୪ ଗୋଟି ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ବିଜୟୀ ହେବେ ବୋଲି ମତବ୍ୟକ୍ତ କରିଥିଲେ।ବିଜେପିର ୧୨୦ ମିଶନକୁ ନେଇ ସେ କଟାକ୍ଷ କରିଥିଲେ।ସେମିଲିଗୁଡା ବିଡିଓ ତ୍ରୀନାଥ ମାଝି, ବଜାର ନିରୀକ୍ଷକ ଗାୟତ୍ରୀ ପଟନାୟକ, ନିର୍ବାହୀ ଅଧିକାରୀ ମାର୍କଣ୍ଡ ପାଢୀ ପ୍ରମୁଖ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ। ସେହିପରି ଦଶମନ୍ତପୁର ବ୍ଲକ ସଦର ମହକୁମାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମଧ୍ୟ ସାଂସଦ ପଟ୍ଟନାୟକ ଯୋଗ ଦେଇଥିଲେ। ଦଶମନ୍ତପୁର ବ୍ଲକର ୧୬ଟି ପଂଚାୟତର ୧୦୬୨ ଜଣ ହିତାଧିକାରୀଙ୍କୁ ଖାଉଟି କାର୍ଡ ପ୍ରଦାନ କରା ଯାଇଛି। କାର୍ଡ ବଂଟନ ଶେଷ ହେବା ପରେ ଶ୍ରୀ ପଟ୍ଟନାୟକ ଦଳୀୟ କର୍ମୀମାନଙ୍କୁ ଉଦବୋଦ୍ଧନ ଦେଇଥିଲେ।