Odiapua.com

ସାଂସଦ ଅପରାଜିତା ଷଡଙ୍ଗୀଙ୍କ  ଗସ୍ତକୁ ନେଇ ପ୍ରସ୍ତୁତି ବୈଠକ

କୋରାପୁଟ ୦୩-୦୪(ଓଡିଆ ପୁଅ /ରଂଜନ ଦାସ)ଭୁବନେଶ୍ୱର ସାଂସଦ ତଥା କୋରାପୁଟ ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ଅପରାଜିତା ଷଡଙ୍ଗୀଙ୍କ  ଗସ୍ତକୁ ନେଇ କୋରାପୁଟଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।ଜିଲ୍ଲାର ପୂର୍ବତନ ସଭାପତି ବିଜୟ କୁମାର ମିଶ୍ରଙ୍କ ପରିଚାଳନାରେ ଆୟୋଜିତ ବୈଠକରେ୨୦ ତାରିଖ ଦିନ  କୋରାପୁଟରେ ସାଂସଦ ଶ୍ରୀମତୀ ଷଡଙ୍ଗୀଙ୍କ ବିଭିନ୍ନ କାର୍ଯ୍ୟକ୍ରମ ରହିବ ବୋଲି ଜଣାପଡିଛି ।କୋରାପୁଟ ମ୍ୟୁନସିପାଲଟି ଅନ୍ତର୍ଗତ କଳାନିକେତନ ଛକରେ  ସେ ଚା ପେ ଚର୍ଚ୍ଚା କରିବା ପରେ ଜଗନ୍ନାଥ ମନ୍ଦିର ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି ।ମନ୍ଦିରରୁ ଫେରି ସେ  ଜଣେ ବିଜେପି କର୍ମୀଙ୍କ ଘରେ ଜଳଖିଆ ଖାଇବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି ।ଏହାପରେ ସେ ପଦଯାତ୍ରାରେ ସାମିଲ ହୋଇ ଏକ ସାଧାରଣ ସଭାରେ ଉଦବୋଧନ ଦେବେ ବୋଲି ଜଣାପଡିଛି । ସେମିଲିଗୁଡାରେ ଆୟୋଜିତ ରୋଡ ସୋ କାର୍ଯ୍ୟକ୍ରମରେ  ସେ ଯୋଗଦେବା ପରେ ଦାମନଯୋଡିଠାରେ ରାଷ୍ଟ୍ରଦୀପ ପତ୍ରିକା ଦ୍ୱାରା ଆୟୋଜିତ ବିଷୁବମିଳନ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା  ଜଣାପଡିଛି ।୨୧ ତାରିଖ ସକାଳେ କୋରାପୁଟ ମ୍ୟୁନସିପାଲଟିର ଏକ ଗ୍ରାମକୁ ଯିବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି ।ଏହି ବୈଠକରେ ନିକୁଞ କିଶୋର ପଟନାୟକ ,ଜୀବନ ସାହୁ ,ଉମା ଚରଣ ପ୍ରଧାନ ,ମନ୍ମଥ ମଲ୍ଲିକ , ଅମ୍ବିକା ପ୍ରସାଦ ପଣ୍ଡା ,ନିଶିକାନ୍ତ ନାୟକ ,ବିକାଶ ଆଚାର୍ଯ୍ୟ , ରଞିତ ବିଷୋୟୀ , ଦେବୀ ପ୍ରସାଦ କର ,ଦେବେନ୍ଦ୍ର ବାହିନିପତି ,ଜଲନ୍ଧର ତ୍ରୀପାଠୀ ,ପୀତାମ୍ବର ସାହୁ , ଅଶ୍ୱିନୀ ପଟନାୟକ  ପ୍ରମୁଖ ଯୋଗଦେଇ ଆଲୋଚନା କରିଥିଲେ । ବିଜେପି ନେତା ନୃପେନ୍ଦ୍ର ନାରାୟଣ ବାଘ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କୋରାପୁଟ ,ଜୟପୁର , ସେମିଲିଗୁଡା , ଦାମନଯୋଡି ପ୍ରଭୃତି ଅଂଚଳରୁ ଅନେକ ବିଜେପି ନେତା ଯୋଗଦେଇଥିଲେ ବୋଲି ଜଣାପଡିଛି ।