Odiapua.com

ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ

କୋରାପୁଟ ୦୨-୧୦-୧୮(ଓଡିଆ ପୁଅ /ରଂଜନ କୁମାର ଦାସ) ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲକୁ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ ଓ ପୂର୍ବତନମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ଆଜି ପୂର୍ବାହ୍ନରେ ପରିଦର୍ଶନ କରିଥିଲେ।ପ୍ରଥମେ କୋରାପୁଟ ହସପିଟାଲର ବିଭିନ୍ନ ଓାର୍ଡ ବୁଲି ରୋଗୀମାନଙ୍କ ସହ ଆଲୋଚନା କରିଥିଲେ।ପରେ କଲେଜର ୬ ମହଳାକୁ ଯାଇ ପାଣି ଗଳିବା ଓ କାନ୍ଥ ସନ୍ତେଇବା ଦେଖି ଅସନ୍ତୋଷ ପ୍ରକାଶ କରିଥିଲେ।

ବେଡ ଅଛି କିନ୍ତୁ ରୋଗୀ ତଳେ ଶୋଇଛନ୍ତି ଏଠାରେ ରୋଗୀମାନେ ପୋକମାଛି ଭଳି ସଢୁଛନ୍ତି ବୋଲି କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ ଅଭିଯୋଗ କରିଥିଲେ।କେନ୍ଦ୍ର ସରକାର ଅର୍ଥରେ କଲେଜ ଗୃହ ନିର୍ମାଣ କରାଗଲା କିନ୍ତୁ କଲେଜରୁ ପାଣି ଗଳୁଛି ବୋଲି ସେ କହିବା ସହ ଏହା ଅତ୍ୟନ୍ତ ନିନ୍ଦନୀୟ ଅଟେ ବୋଲି ସେ କହିବା ସହ ଏ ସଂପର୍କରେ କେନ୍ଦ୍ରସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଅବଗତ କରାଇବେ ବୋଲି ପ୍ରକାଶ କରିଥିଲେ। ଏ ସ୍ୱାସ୍ଥ୍ୟସେବା ଦେଖିକରି ମନେହେଉଛି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଭଲ ନାହିଁ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ କଟାକ୍ଷ କରିଥିଲେ।ଏହି ଗସ୍ତ ସମୟରେ ଜିଲ୍ଲା ସଭାପତି ବିଜୟ କୁମାର ମିଶ୍ର, ପୂର୍ବତନ ସଭାପତି ଜୟରାମ ଗରାଡା, ଅଶ୍ୱିନୀ ପଟନାୟକ, ଜି.ସଂଜିବ କୁମାର, ଶିଶିର ଗମାଙ୍ଗ, ଦେବେନ୍ଦ୍ର ବାହିନିପତି, ବିଜୁ ଦଳେଇ, ସନ୍ତୋଷ ଦାସ ପ୍ରମୁଖ ଉପସ୍ଥିତ ଥିଲେ।