Odiapua.com

ସହୀଦ ଲକ୍ଷ୍ମଣ ନାୟକ ପରଜା, ଆଦିବାସୀ ସେବାମଞ୍ଚ ପକ୍ଷରୁ ୨୬ବିଶ୍ୱ ତମ ଆଦିବାସୀ ଦିବସ ପାଳିତ

କୋରାପୁଟ:୯/୮ (ଓଡ଼ିଆ ପୁଅ/ଅଭିନାଶ ଜାନାମ) କୋରାପୁଟ ଜିଲ୍ଲାରେ ଆଜି ନନ୍ଦପୁର ଆଦିବାସୀ ସେବାମଞ୍ଚ ପକ୍ଷରୁ ଅଗଷ୍ଟ ୯ ତାରିଖକୁ ବିଶ୍ୱ ଆଦିବାସୀ ଦିବସ ପାଳନ କରୁଥିବା ଦେଖିବାକୁ ମିଳିଛି। ଚଳିତ ବର୍ଷ ନନ୍ଦପୁର ବ୍ଲକ ର ପାଡ଼ୁଆ ରାଧାକୃଷ୍ଣ ମହାବିଦ୍ୟାଳୟ ପରିସରରେ ଆଦିବାସୀ ଦିବସ ଅନୁଷ୍ଠିତ ହୋଇଥିଲା। ବାବା ସାହେବ ଭିମ ରାଓ ଆମ୍ବେଦକର, ସହିଦ ଲକ୍ଷ୍ମଣ ନାୟକ, ବିର୍ଶା ମୁଣ୍ଡାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା।

ଅନୁଷ୍ଠିତ ସଭାରେ ଆଦିବାସୀଙ୍କ ର ଅଧିକାର ଭାଷା ଓ ସଂସ୍କୃତିର ସୁରକ୍ଷା, ଶିକ୍ଷା ପ୍ରତି ଧ୍ୟାନ ଦେବା ଉପରେ ଗୁରୁତ୍ବାରୋପ କରାଯାଇଥିଲା।

ଅନୁଷ୍ଠିତ ସଭାରେ ଆଦିବାସୀଙ୍କ ର ଅଧିକାର ଭାଷା ଓ ସଂସ୍କୃତିର ସୁରକ୍ଷା ଏଥି ସହ ଆଦିବାସୀଙ୍କ ଶିକ୍ଷା ପ୍ରତି ଧ୍ୟାନ ଦେବା ଉପରେ ଗୁରୁତ୍ବାରୋପ କରିଥିଲେ। ଆଦିବାସୀ ଜୀବନ ଗ୍ରୁପର ସଭାପତି ଅଭିନାଶ ଜାନାମଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବୁଡ଼ି ଅଞ୍ଚଳ ସଙ୍ଘଠନର ସଭାପତି କମୁଲୁ ଖିଲ ଓ ଗରିବ ଶ୍ରେଣୀର ଛାତ୍ର ଛାତ୍ରୀଙ୍କୁ ପୁସ୍ତକ ପୋଷାକ ବଣ୍ଟାାଇଥିଲା। ଶିକ୍ଷକ ଶ୍ରୀ ଶତ୍ରୁଘ୍ନ ହିକାବାଡୀ ଯୋଗଦେଇଥିଲ। ଶିକ୍ଷକ ହିକାବାଡ଼ି ତାଙ୍କ ବକ୍ତବ୍ୟରେ ଆଦିବାସୀ ମାନଙ୍କର ବିକାଶଦିଗରେ ବକ୍ତବ୍ୟ ରଖିଥିବା ବେଳେ ଅନ୍ୟତମ ଅତିଥି କମୁଲୁ ଖିଲଙ୍କ ବକ୍ତବ୍ୟରେ ଆଦିବାସୀ ନିଜର ନାର୍ଯ୍ୟ ଦାବି ହାସଲ ଶିକ୍ଷାର ଉନ୍ନତିକରଣ ଦିଗରେ ଯୋର ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ନନ୍ଦପୁର ପରଜା ସେବାମଞ୍ଚର ଉପସଭାପତି କାର୍ତିକ ଖେମୁଣ୍ଡୁ, ପାଡ଼ୁଆ ଅଞ୍ଚଳର ଶିକ୍ଷାବିତ ପୂର୍ଣ୍ଣ ଚନ୍ଦ୍ର ଖିଲ ଯୋଗ ଦେଇଥିବା ବେଳେ ଆୟୋଜକ ମାଧବ ଶୀଶା ସମବାୟ ସମିତି ଅଧ୍ୟକ୍ଷ ଶ୍ରୀ ଗୋପୀନାଥ କାର୍ତ୍ତୃଲ, ନାରାୟଣ ବଡ଼ନାୟକ ପ୍ରମୁଖ ଉପସ୍ଥିତ ଥିବା ବେଳେ ଆୟୋଜିତ ସଭାକୁ ରାଧାକୃଷ୍ଣ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ଅର୍ଜୁନ ଚିଛୁଆନ ପରିଚାଳନା କରିଥିଲେ।