Odiapua.com

ସହୀଦ ଯବାନ ଙ୍କ ପରିବାର ସହିତ ନିଆରା ଢଙ୍ଗରେ ମହାଶ୍ୱରୀ ଯୁବା ସଙ୍ଗଠନ ପାଳିଲେ ଦୀପାବଳି ଉତ୍ସବ

ମାଲକାନଗିରି,୧୬ ।୧୧ (ଓଡିଆ ପୁଅ )ମାଲକାନଗିରି ମହାଶ୍ୱରୀ ଯୁବା ସଙ୍ଗଠନ ପକ୍ଷରୁ ନିଆରା ଢଙ୍ଗରେ ପାଳନ କରାଯାଇଛି ଦୀପାବଳି ଉତ୍ସବ । ଜାମୁ ଓ କାଶ୍ମିର ରେ ଆତଙ୍କ ବାଦିଙ୍କ ସହିତ ଲଢି ସେମାନଙ୍କ ଗୁଳିରେ ମାଲକାନଗିରି ର ଯୁବକ ରମେଶ ହାଲଓ୍ୟା ସହିଦ ହୋଇଥିଲେ । ଠିକ ସେହିପରି ମାଲକାନଗିରି ଜିଲ୍ଲା ସିନ୍ଧ୍ରିମାଳ ପଚାଂୟତର ଜୟରାମ କବାସୀ ମାଓବାଦୀଙ୍କ ସହିତ ଲଢି ସହିଦ ହୋଇଥିଲେ । ମାହାଶ୍ୱରୀ ଯୁବା ସଙ୍ଗଠନ ର କର୍ମାକର୍ତା ମାନେ ଏହି ଦୁଇପିରବାର ଙ୍କ ଘରକୁ ଯାଇ ସହିଦ ପରିବାରଙ୍କୁ ଉପଢୌକନ ଦେଇ ସମ୍ମାନିତ କରିବା ସହ ସହିଦ ଯବାନ ମାନଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ସହ ଦୀପ ଜାଳି ଶ୍ରଦ୍ଦାଜଂଳୀ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ସଂଗଠନର ସଭାପତି ସମାଜ ସେବୀ ବିନୋଦ ତାଓ୍ୟାରୀ, ରାହୁଲ ତାଓ୍ୟାରୀ ,ଦେବବ୍ରତ ସନା ପ୍ରମୁଖ ଉପସ୍ଥିତ ଥିଲେ ।