Odiapua.com

ସହୀଦ ଯବାନମାନଙ୍କ ଉଦ୍ଦେଶ୍ୟରେ କୋରାପୁଟ ଜିଲ୍ଲାପ୍ରଶାସନ ତରଫରୁ କ୍ୟାଣ୍ଡଲ ଶୋଭାଯାତ୍ରା ଓ୨ ମିନିଟ ନୀରବ ପ୍ରାର୍ଥନା 

କୋରାପୁଟ ; ତା୧୬-୦୨-୧୯(ଓଡିଆପୁଅ /ରଂଜନ କୁମାର ଦାସ)ପୁଲଓାମା ଆତଙ୍କୀ ଆକ୍ରମଣରେ ସହୀଦ ହୋଇଥିବା ଯବାନମାନଙ୍କ ଉଦ୍ଦେଶ୍ୟରେ କୋରାପୁଟ ଜିଲ୍ଲା ପ୍ରଶାସନ ତରଫରୁ କ୍ୟାଣ୍ଡଲ ଶୋଭାଯାତ୍ରା କରାଯାଇ ଶ୍ରର୍ନ୍ଧାଞଳ ଜ୍ଞାପନ କରାଯାଇଥିଲା।କୋରାପୁଟ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତି, ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଇଶ୍ୱର ପାଣିଗ୍ରାହୀ,  ସିଡିଏମଓ ଡାକ୍ତର ଲଲିତ କୁମାର ରଥ,  ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପନିର୍ଦ୍ଦେଶକ ଏମ.ଅବଦଲ ଅଖତର, କୋରାପୁଟ ଉପଜିଲ୍ଲାପାଳ ଲଲିତ କୁମାର କହଁର,  ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଅରୁଣ କୁମାର ପାଢୀ,  ସହକାରୀ ଜିଲ୍ଲାପାଳ ଆଲୋକ କୁମାର ଅନୁଗୁଲିଆ,  ଜିଲ୍ଲା କ୍ରୀଡା ଅଧିକାରୀ ରାଜ କିଶୋର ଜେନା,  ଜିଲ୍ଲା ସଂସ୍କୃତି ଅଧକାରୀ ଅକ୍ଷୟ କୁମାର ସେଠୀ,  କୋରାପୁଟ ପୈାରାଂଚଳ ସହକାରୀ ଯନ୍ତ୍ରୀ ମନୋଜ କୁମାର ପାତ୍ର,  ଓକିଲ ସଂଘର ସଂପାଦକ ସୁନିଲ କୁମାର ଜେନା,  ଓକିଲ ଜୟନ୍ତ କୁମାର ମିଶ୍ର,  ସଂଜିବ କୁମାର ଜେନା,  କୋରାପୁଟ ଟାଉନଥାନା ଭାରପ୍ରାପ୍ତ ନିରୀକ୍ଷକ କ୍ଷିରେଶ୍ୱର ସାହୁ,  କୋରାପୁଟ ପୈାରଂଚଳର ପୂର୍ବତନ ଅଧ୍ୟକ୍ଷ ଭଗବାନ ବାହିନିପତି,  ଜିଲ୍ଲାପରିଷଦ ଉପସଭାପତି ତୁଲସି କିରସାନି,  ଜିଲ୍ଲାପରିଷଦ ସଭ୍ୟା ପାର୍ବତୀ ମସ୍ତି,  ବିଜେଡି ନେତା ଲଲାଟ ରଂଜନ ସେଠୀ,  କାମାକ୍ଷା ପ୍ରସାଦ ମାଝି,  ବିଭିନ୍ନ ସ୍କୁଲର ଶିକ୍ଷକ /ଶିକ୍ଷୟତ୍ରୀ,  ଅଂଗନବାଡି କର୍ମି ପ୍ରମୁଖଙ୍କ ସହ ଜିଲ୍ଲାର ସମସ୍ତ ବିଭାଗର ଅଧିକାରୀ ଓ କଲେଜ ଛାତ୍ରଛାତ୍ରୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ କ୍ୟାଣ୍ଡଲ ଧରି ସହର ଶୋଭାଯାତ୍ରା କରି ପୋଲିସ ପ୍ୟାରେଡ ପଡିଆଠାରେ ଥିବା ସହୀଦ ସ୍ତମ୍ଭଠାରେ ଶ୍ରର୍ନ୍ଧାଞଳି ଜ୍ଞାପନ କରିବା ସହ ୨ ମିନିଟ ନୀରବ ପ୍ରାର୍ଥନା କରିଥିଲେ।ଏଥିସହ ସୁନ୍ନି ମୁସଲିମ ସଂଘ ଓ କୋରାପୁଟ ବ୍ୟବସାୟୀ ସଂଘ ତରଫରୁ କ୍ୟାଣ୍ଡଲ ଶୋଭାଯାତ୍ରା କରାଯାଇ ସହୀଦ ଯବାନମାନଙ୍କୁ ଶ୍ରର୍ନ୍ଧାଞଳି ଜ୍ଞାପନ କରିଥିଲେ।ପ୍ରାୟ ୫ ହଜାର ଅଧିକାରୀ ଓ କର୍ମଚାରୀ ଏକତ୍ରୀତ ହୋଇ ସହୀଦଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ।