Odiapua.com

ସର୍ବୋଦୟ ନେତା ଅକ୍ଷୟ ମହାନ୍ତିଙ୍କ ପରଲୋକ

କୋରାପୁଟ ୧୫-୦୩ (ଓଡିଆ ପୁଅ/ରଂଜନ କୁମାର ଦାସ) ବିଶିଷ୍ଟ ଗାନ୍ଧିବାଦୀ ସର୍ବୋଦୟ ନେତା ଅକ୍ଷୟ ମହାନ୍ତିଙ୍କର ଗତକାଲି ରାତିରେ ଭୁବନେଶ୍ୱରର ଏକ ଘୋରଇ ହସ୍ପିଟାଲରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ବର୍ଷ ବୟସ ହୋଇଥିଲା। ସ୍ୱର୍ଗତ ମହାନ୍ତି ଦୀର୍ଘ ଅର୍ଦ୍ଧ ଶତାଦ୍ଦିରୁ ଅଧିକ ସମୟ ହେଲା କୋରାପୁଟରେ ସର୍ବୋଦୟ ସମିତି ଓ ଅନ୍ୟାନ୍ୟ ଅନୁଷ୍ଠାନ ଗଢି ଗରିବ ନଷ୍ପେଶିତ ଶିଶୁ ଓ ମହିଳାଙ୍କୁ ଥଇଥାନ କରି ଲାଳନ ପାଳନ କରି ଆସୁଥିଲେ।ସର୍ବୋଦୟ ସମିତି ପରିସରରେ ଏକ ଶୋକସଭା ଆୟୋଜନ କରାଯାଇଥିଲା।ଏଥିରେ ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡା, ସାହିତ୍ୟିକ ପ୍ରତିଧାରା ସାମଲ, ଡ. ଜଗବନ୍ଧୁ ସାମଲ, ରବି ଶତପଥି, ଜଳଧର ସ୍ୱାଇଁ ଓ ସର୍ବୋଦୟ ସମିତିର କର୍ମିମାନେ ଯୋଗଦେଇ ଶ୍ରର୍ଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।