Odiapua.com

ସର୍ପ ଦଂଶନରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ

କୋରାପୁଟ : ୨/୮ (ଓଡ଼ିଆ ପୁଅ/ଅଭିନାଶ ଜାନାମ) ସର୍ପ ଦଂଶନ ଜଣେ ମୃତ। ମୃତ ବ୍ୟକ୍ତି ଜଣକ ପାଡ଼ୁଆ ଥାନା ଅଧିନସ୍ଥ ଗଲୁରୁ ଗ୍ରାମ ପଞ୍ଚାୟତର ଗାଦିଆଗୁଡ଼ା ଗ୍ରାମର ଲୋକି ହାନ୍ତାଳ ବୋଲି ଜଣାପଡ଼ିଛି। ଏନେଇ ପାଡ଼ୁଆ ଥାନାରେ ଲିଖିତ ସୂଚନା ଦିଆଯାଇଛି। ଖବର ମୁତାବକ ଗାଦିଆଗୁଡ଼ା ଗ୍ରାମର ଲକି ହାନ୍ତାଳ ଖାଇ ସାରିବା ପରେ ଶୋଇଥିଲେ। ରାତ୍ର ପାଖାପାଖି ୨ଘଣ୍ଟା ସମୟରେ ଏକ ଵିଷଧର ସାପ ବାମ ହାତ କାଖ ତଳେ କାମୁଡ଼ି ଦେଇଥିଲା। ସେ ଉଠି ପାଟି କରିବାରୁ ପରିବାର ଲୋକେ ଦେଖିଲା ବେଳକୁ ତାଙ୍କ ନିକଟରେ ଥିବା ଏକ କଳାରଙ୍ଗର ସାପ ଥିଲା। ସାପଟିକୁ ପରିବାରଲୋକେ ମାରିଦେଇଥିଲେ। କିଛି ସମୟ ପରେ ଲକିଙ୍କ ପାଟିରୁ ପେଣ ବାହାରିବାରୁ ଉପାୟ ନ ପାଇ ଏକ ଅଟୋ ଭଡ଼ା କରି ପାଡ଼ୁଆ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଉଥିବା ବେଳେ ରାସ୍ତାରେ ଲକି ହାନ୍ତାଳ ମୃତ୍ୟୁ ବରଣ କରିଥିଲେ। ଏନେଇ ମୃତ ଲୋକିଙ୍କ ପୁଅ ଜୀନୁ ହାନ୍ତାଳ ପାଡ଼ୁଆ ଥାନାରେ ଲିଖିତ ସୂଚନା ଦେବା ପରେ ପୋଲିସ ପକ୍ଷରୁ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରାଯାଇଛି ଏବଂ ପୋଲିସ୍‌ ତଦନ୍ତ ଜାରି ରଖିଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି।