Odiapua.com

ସରପଂଚ ହତ୍ୟା ଘଟଣାରେ ମିଲିସିଆ ଗିରଫ

କୋରାପୁଟ;ତା୧୧-୦୨-୧୯(ଓଡିଆ ପୁଅ/ରଂଜନ କୁମାର ଦାସ) ହାତୀବାରୀ ପଂଚାୟତର ସରପଂଚ ହତ୍ୟା ଘଟଣାରେ କୋରାପୁଟ ଜିଲା ପାଡୁଆ ପୁଲିସ ହାର୍ଡକୋର୍ ମିଲିସିଆ ମାଓବାଦୀକୁ ଗିରଫ କରିଛି। ଗିରଫ ମିଲିସିଆ ଜଣକ ପାଡୁଆ ଥାନା ଭାଲିଆଗୁଡା ଗ୍ରାମର ଆପାନା ସେଡା ବୋଲି ଜଣା ପଡିଛି। ଆପାନ୍ନା ନନ୍ଦପୁର ଏରିଆ କମିଟିର ଜଣେ ପ୍ରମୁଖ ସଦସ୍ୟ ଥିବାବେଳେ ସେ ଅନ୍ୟ କୌଣସି ଘଟଣାରେ ସମ୍ପୃକ୍ତ ରହିଛିକି ନାହିଁ ତାର ଅନୁଧ୍ୟାନ ଚାଲିଛି ବୋଲି ଏସପି କହିଛନ୍ତି। ସୂଚନା ଥାଉକି ୨୦୧୭ ଅଗଷ୍ଟ ୭ତାରିଖ ରାତିରେ ହାତୀବାରୀର ତକ୍ରାଳୀନ ସରପଂଚ ଜଗନ୍ନାଥ ଖରାଙ୍କୁ ହତ୍ୟା କରିଥିଲେ। ଜଗନ୍ନାଥ ଘରେ ଶୋଇଥିବାବେଳେ ୫୦-୬୦ ସଶସ୍ତ୍ର ମାଓବାଦୀ ତାଙ୍କର ହାତୀବାରି ସ୍ଥିତ ଘରକୁ ଆସିି ଗାଁ ମୁଣ୍ଡକୁ ଡାକି ନେଇ ବେକ କାଟି ହତ୍ୟା କରିଥିଲେ। ଜଗନ୍ନାଥ ପୁଲିସ ଇନଫରମୋର୍ ଓ ଆଦିବାସୀ ବିରୋଦ୍ଧି ବୋଲି ଚିଠି ଲେଖି ଛାଡି ଚାଲି ଯାଇଥିଲେ।