Odiapua.com

ସରକାରୀ କ୍ୱାର୍ଟରରେ ବିଜେପି ଅଫିସ ଫ୍ଲେକ୍ସ ମାରିବା ଘଟଣା- କୋରାପୁଟ ଜିଲ୍ଲା ବିଜେପି ସଭାପତିଙ୍କୁ କାରଣ ଦର୍ଶାଅ ନୋଟିସ ଜାରି

କୋରାପୁଟ ୨୮-୦୩ (ଓଡିଆ ପୁଅ /ରଂଜନ କୁମାର ଦାସ)ଏକ ସରକାରୀ କ୍ୱାର୍ଟରକୁ ବିଜେପି ଜିଲ୍ଲା କାର୍ଯ୍ୟାଳୟ ବୋଲି ଏକ ଫ୍ଲେକ୍ସ ମାରିଥିବା ଘଟଣାରେ ଆଜି ଜିଲ୍ଲା ପ୍ରଶାସନ ତରଫରୁ ବିଜେପି ସଭାପତି ବିଜୟ କୁମାର ମିଶ୍ରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିବା ସହକାରୀ ଜିଲ୍ଲାପାଳ ଆଲୋକ କୁମାର ଅନୁଗୁଲିଆ ପ୍ରକାଶ କରିଛନ୍ତି। ସ୍ଥାନୀୟ ମାଳିସାହି ନିକଟରେ ରହିଥିବା ଏକ ସରକାରୀ କ୍ୱାଟରରେ ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ ରହୁଥିଲେ ଓ ବିଜେଡି ସଭାପତି ଥିବା ପର୍ଯ୍ୟନ୍ତ ସେ ସେହିଠାରେ ରହି ଦଳୀୟ କାର୍ଯ୍ୟକ୍ରମ କରୁଥିଲେ।ଏହାପରେ ତାଙ୍କୁ ବିଜେଡିରୁ ନିଳମ୍ବିତ କରିବା ପରେ ସେ ବିଜେପିରେ ଯୋଗଦାନ କରିଥିଲେ। ଏହି ସମୟରେ ବିଜେଡି ନେତା ତଥା ଜୟରାମ ପାଙ୍ଗୀଙ୍କ ପୁତ୍ର ଓ କ୍ରୀଟର ଅଧ୍ୟକ୍ଷ ଅଶୋକ ପାଙ୍ଗୀ ରହୁଥିଲେ।ଏପରିକି ବିଜେଡିର ଏକ ସଭା ଉକ୍ତ କ୍ୱାର୍ଟରରେ କରାଯାଇଥିବା ନଜର କରାଯାଇଥିଲା। ତେବେ ପ୍ରଶ୍ନ ଉଠୁଛି ଯେ ଉକ୍ତ କ୍ୱାର୍ଟରକୁ ଜିଲ୍ଲା ପ୍ରଶାସନ କାହାକୁ ହସ୍ତାନ୍ତର କରିଛି ଜୟରାମ ନା ଆଶୋକ।