Odiapua.com

ସରକାରୀ କଲେଜର ସୁବର୍ଣ୍ଣ ଜୟନ୍ତୀ ଅବସରରେ ମିନି ମରାଥନ

କୋରାପୁଟ ; ତା୨୮-୧୨-୧୮(ଓଡିଆପୁଅ /ରଂଜନ କୁମାର ଦାସ)ସରକାରୀ କଲେଜ କୋରାପୁଟର ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ଏକ ମିନି ମାରାଥନ ଅନୁଷ୍ଠିତ ହୋଇଯାଇଛି ।କୋରାପୁଟ ସିଡିଏମଓ ଡାକ୍ତର ଲଲିତ ମୋହନ ରଥ ମୁଖ୍ୟ ଅତିଥିଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ ।କୋରାପୁଟ କାର୍ଣ୍ଣିଭାଲ ପଡିଆଠାରୁ ସରକାରୀ କଲେଜ ପଡିଆ ଲାଣ୍ଡିଗୁଡା ପର୍ଯ୍ୟନ୍ତ ମିନି ମାରାଥନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା ।କଲେଜର ଡ.କେ.କେ. ବେହେରା , ଦିପକ କୁମାର ପଟନାୟକ , ରଂଜନ କୁମାର ମହାପାତ୍ର , ସତ୍ୟ ପଣ୍ଡା ,ପୂର୍ବତନ ଛାତ୍ର ସଂଘର ଆବାହାକ ଅଯୋଧ୍ୟା ସାମଲ , ସହ-ଆବାହାକ ଗିରିଜା ଚୈାଧୁରୀ , ମନୋରଂଜନ ରାଉତରାୟ , ନରସିଂହ ଦାଶ , ପ୍ରମୁଖ ଉପସ୍ଥିତ ଥିଲେ ।ମାରାଥନରେ କଲେଜର ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ ।