Odiapua.com

ସମାଜସେବୀ ସଂଗଠକ ଓ ଭୂଦାନ ଆନ୍ଦୋଳନର ଅନ୍ୟତମ ସାରଥୀ କୃଷ୍ଣ ସିଂ ପଦ୍ମ ସମ୍ମାନରେ ସମ୍ମାନ୍ନିତ ହେବା ଆବଶ୍ୟକ-ପ୍ରଫେସର ପଳିତା

କୋରାପୁଟ ୧୨-୦୯(ଓଡିଆ ପୁଅ /ରଂଜନ ଦାସ)ସମାଜସେବୀ ସଂଗଠକ, ଭୂଦାନ ଆନ୍ଦୋଳନର ଅନ୍ୟତମ ସାରଥୀ,ସେମିଲିଗୁଡା ସୀତମ କଲେଜର ଅଧ୍ୟକ୍ଷ  କୃଷ୍ଣ ସିଂ ପଦ୍ମ ସମ୍ମାନରେ ସମ୍ମାନ୍ନିତ ହେବା ଆବଶ୍ୟକ ବୋଲି ସମ୍ବର୍ନ୍ଧନା ସଭାରେ ମୁଖ୍ୟବକ୍ତାଭାବେ ଯୋଗଦେଇ ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଶରତ କୁମାର ପଳିତା ମତବ୍ୟକ୍ତ କରିଥିଲେ । ରେସପଣ୍ଡ ଟ୍ରଷ୍ଟର ସଂଯୋଜକ ଡ.ଜଳେନ୍ଦ୍ର ତ୍ରୀପାଠୀଙ୍କ ପରିଚାଳନାରେ ଆୟୋଜିତ ସମ୍ବର୍ନ୍ଧନା ସଭାରେ କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ରଘୁରାମ ପଡାଲ ମୁଖ୍ୟ ଅତିଥିଭାବେ ଯୋଗଦେଇ କୃଷ୍ଣ ସିଂ କିପରି କୋରାପୁଟ ଆସି ସମାଜସେବା କରିବା ସହ ଶିକ୍ଷା ଅନୁଷ୍ଠାନ ଗଢି ଜିଲ୍ଲାର  ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ଦେବାରେ ତାଙ୍କର ଅବଦାନ ଅତୁଳନୀୟ ଅଟେ ବୋଲି ପ୍ରକାଶ କରିଥିଲେ ।ପଟ୍ଟାଙ୍ଗୀ ବିଧାୟକ ପୀତମ ପାଢୀ ସମ୍ମାନ୍ନିତ ଅତିଥିଭାବେ ଯୋଗଦେଇ ଜିଲ୍ଲାରେ  ବୈଷୟିକ ଶିକ୍ଷାକୁ ଆଗକୁ ନେବାରେ କୃଷ୍ଣ ସିଂଙ୍କ ଅବଦାନ ସଂପର୍କରେ ଆଲୋକପାତ କରିଥିଲେ ।ଜିଲ୍ଲାରେ ସମାଜସେବା କରିବା ସହ ଶିକ୍ଷାର ବିକାଶ ନିମନ୍ତେ ଶ୍ରୀ ସିଂ ଅନେକ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ମୁଖ୍ୟବକ୍ତା ପ୍ରଫେସର ପଳିତା ପ୍ରକାଶ କରିଛନ୍ତି ।କୋରାପୁଟ ଜିଲ୍ଲାରେ ଦୁଇଟି ନବରତ୍ନ କଂପାନୀ ରହିଛି । ଜିଲ୍ଲାର ସର୍ବାଙ୍ଗୀନ ବିକାଶ ନିମନ୍ତେ ଏହି ଦୁଇଟି କଂପାନୀ ଆଗେଇ ଆସିବା ଦରକାର ଏଥି ନିମନ୍ତେ ନିର୍ବାଚିତ ପ୍ରତିନିଧିମାନେ ଦୃଷ୍ଟି ଦେବାକୁ ସେ ଆଲୋକପାତ କରିଥିଲେ ।ମୁଖ୍ୟ ଅତିଥି  ଶ୍ରୀ ପଡାଲ ଓ ସମ୍ମାନ୍ନିତ ଅତିଥ ଶ୍ରୀ ପାଢୀ ସମାଜସେବୀ ସଂଗଠକ କୃଷ୍ଣ ସିଂଙ୍କୁ ରେସପଣ୍ଡ ଆଜୀବନ ସଫଳତା ପୁରସ୍କାର-୨୦୨୧ରେ ଉପଢୈାକନ ଓ ପ୍ରାମଣପତ୍ର ଦେଇ ପୁରସ୍କୃତ କରିଥିଲେ ।ରେସପଣ୍ଡ ଟ୍ରଷ୍ଟ ତରଫରୁ ସମ୍ମାନ୍ନିତ କରାଯାଇଥିବାରୁ ଶ୍ରୀ ସିଂ ଟ୍ରଷ୍ଟର କର୍ମକର୍ତାମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।ରାଷ୍ଟ୍ରୀୟ କିଶାନ ମଜଦୁର ମହାସଂଘ ,ଓଡିଶାର ସଭାପତି ସଚ୍ଚିନ୍ନାମୟ ମହାପାତ୍ର ସମ୍ମାନ୍ନିତ ଅତିଥି ଭାବେ ଯୋଗଦେଇଥିଲେ ।ରେସପଣ୍ଡ ଟ୍ରଷ୍ଟର ଅଧ୍ୟକ୍ଷ ସ୍ୱସ୍ତି ସୁନ୍ଦର ସିୟା ଓ ସହ ପ୍ରତିଷ୍ଠାତା ନିତ୍ୟ ସୁନ୍ଦର ସିୟା ଉପସ୍ଥିତ ରହି ସମ୍ବର୍ନ୍ଧନା ସଭା ସଂପର୍କରେ ଆଲୋକପାତ କରିଥିଲେ ।ଏହି ସଭାରେ ସୀତମ କଲେଜ ପରିଚାଳନା କମିଟିର ସଦସ୍ୟ ,ଅଧ୍ୟାପକ , ଅଧ୍ୟାପିକା ଓ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ ।ସଭାପରେ କବିତା ପାଠୋତ୍ସବ  ଆୟୋଜନ କରାଯାଇଥିଲା ।