Odiapua.com

ସମାଜରେ ସଠିକ ଔଷଧ ପ୍ରୟୋଗକୁ ନେଇ ଦିନିକିଆ କର୍ମଶାଳା

କୋରାପୁଟ ; ୨୫-୦୯ (ଓଡିଆ ପୁଅ/ରଂଜନ କୁମାର ଦାସ)କୋରାପୁଟ ସହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲର ଔଷଧବିଜ୍ଞାନ ବିଭାଗ ଆନୁକୁଲ୍ୟରେ କଲେଜ ସମ୍ମିଳନୀ କକ୍ଷରେ ଏକ ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।କଲେଜର ଅଧ୍ୟକ୍ଷ ପ୍ରଫେସର କୃଷ୍ଣଚନ୍ଦ୍ର ବିଶ୍ୱାଲ ମୁଖ୍ୟ ଅତିଥିଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ଆର.ଜି.କର ମେଡିକାଲ କଲେଜ କଲକତାର ପ୍ରଫେସର ଅଞନ ଅଧିକାରୀ, ସିଡିଏମୟୁର ପ୍ରଶାସନିକ ଅଧିକାରୀ ବିଷ୍ଣୁ ଚକ୍ରବର୍ତି ଉପସ୍ଥିତ ଥିଲେ।ଉଚିତ ନିଦାନ ଗାଇଡଲାଇନ ଉପରେ ପ୍ରଫେସର ଅଧିକାରୀ ଆଲୋକପାତ କରିଥିଲେ।ପ୍ରାଥମିକ ଚିକିତ୍ସାରେ କିପରି ଉଚିତ ନିଦାନ ପ୍ରଦାନ କରାଯାଇପାରିବ ସେଥିପ୍ରତି ଉପସ୍ଥିତ ଡାକ୍ତରମାନଙ୍କୁ କର୍ମଶାଳା ମାଧ୍ୟମରେ ବିଭାଗୀୟ ମୁଖ୍ୟମାନେ ପରାମର୍ଶ ଦେଇଥିଲେ।ଏହି କାର୍ଯ୍ୟକ୍ରମକୁ କଲେଜର ଔଷଧବିଜ୍ଞାନ ବିଭାଗର ମୁଖ୍ୟ ପ୍ରଫେସର ତ୍ରୁପ୍ତିରେଖା ସ୍ୱାଇଁ ଯୋଗଦେଇ ପରିଚାଳନା କରିଥିଲେ।