Odiapua.com

ସବୁ ଦିନ ସ୍କୁଲ ଯିବା କାର୍ଯ୍ୟକ୍ରମରେ ଦିନିକିଆ ତାଲିମ ପ୍ରଦାନ

କୋରାପୁଟ ୦୫-୦୧-୧୯(ଓଡିଆ ପୁଅ /ରଂଜନ କୁମାର ଦାସ) କୋରାପୁଟ ଜିଲ୍ଲା ପ୍ରଶାସନ ଓ ୟୁନିସେଫର ମିଳିତ ଆନୁକୁଲ୍ୟରେ ସବୁ ଦିନ ସ୍କୁଲ ଯିବା କାର୍ଯ୍ୟକ୍ରମରେ ଦିନିକିଆ ତାଲିମ ଶିବିର ପୂଜାରିପୁଟ କଲ୍ୟାଣମଣ୍ଡପଠାରେ ଅନୁଷ୍ଟିତ ହୋଇଯାଇଛି।କୋରାପୁଟ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ପଣ୍ଡା ମୁଖ୍ୟ ଅତିଥିଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସ୍କୁଲରେ ପିଲା ସଂଖ୍ୟା ବୃଦ୍ଧି ପାଇପାରିବ ବୋଲି ସେ ଆସାବ୍ୟକ୍ତ କରିଥିଲେ।କୋରାପୁଟ ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ୟୁନିସେଫର ସଂଯୋଜକ ସନ୍ତୋଷ ବେହେରା ଓ ସାଧନବ୍ୟକ୍ତି ଅବନୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମସ୍ତ ଶିକ୍ଷା ଅଧିକାରୀ ଓ ବିଭିନ୍ନ ନାଟ୍ୟ ସଂଘର କଳାକାର ମାନେ ଯୋଗଦେଇଥିଲେ।