Odiapua.com

ଷ୍ଟୋଭ ନିଆଁରେ ପୋଡି ହୋଇ ଜଣେ ମହିଳା ଗୁରୁତର ଅବସ୍ଥାରେ କୋରାପୁଟ ହସପିଟାଲରେ ଭର୍ତ୍ତି

କୋରାପୁଟ ୨୮-୦୭ (ଓଡିଆ ପୁଅ /ରଂଜନ କୁମାର ଦାସ)ମାଲକାନଗିରି ଜିଲ୍ଲା ବତିଯୋଡି ଗ୍ରାମର ରାଜେଶ ରଂଜନ ବେହେରାଙ୍କ ପତ୍ନୀ ମାନସୀ ବେହେରା ଷ୍ଟୋଭ ନିଆଁରେ ପୋଡି ହୋଇ ଗୁରୁତର ଅବସ୍ଥାରେ କୋରାପୁଟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡିଛି। ହସପିଟାଲରେ ରାଜେଶର ବାଇ ଜହନ ବେହେରା ଓ ମାନସୀର ୨ ପିଲା ଉପସ୍ଥିତ ଥିବା ନଜର କରାଯାଇଥିଲା। ଷ୍ଟୋଭ ନିଆଁ ଲାଗି ପୋଡି ହୋଇଯାଇଥିବା ଜହନ କହୁଥିବା ବେଳେ କେଉଁ କାରଣରୁ ପୋଡିହୋଇଛି ତାହା ପୋଲିସ ତଦନ୍ତ କଲେ ଜଣାପଡିବ।ମାନସୀର ଦେହ ୯୦ ପ୍ରତିଶତ ପୋଡି ହୋଇଥିବା ଡାକ୍ତର ଏସ.କେ.ମାଝି ସୂଚନା ଦେବା ସହ ବ୍ରହ୍ମପୁର ସ୍ଥାନାନ୍ତର କରିବାକୁ ପରାମର୍ଶ ଦିଆଯାଇଥିବା ଜଣାପଡିଛି।