Odiapua.com

ଶ୍ରୀବିଷ୍ଣୁ ଓ ବିଶ୍ୱନାଥଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆରମ୍ଭ

କୋରାପୁଟ;ତା୨୯-୦୫-୧୯(ଓଡିଆ ପୁଅ /ରଂଜନ କୁମାର ଦାସ) ଏସଏଲଏନ ମେଡିକାଲ କଲେଜ ଓ ହସ୍ପିଟାଲ ରୋଡ ହାଉସିଂ ବୋର୍ଡ କଲୋନୀ ନିକଟରେ ଶ୍ରୀବିଷ୍ନୁ ଓ ବିଶ୍ୱନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ମହା ସମାରୋହରେ ଆରମ୍ଭ ହୋଇଛି। ମନ୍ଦିଲ ପରିଚାଳନା କମିଟି ସଭାପତି ଅକ୍ଷୟ ପାତ୍ର, ସମ୍ପାଦକ କୃଷ୍ନଚନ୍ଦ୍ର ମହାପାତ୍ର, ସଦସ୍ୟ ସୁଶୀଲ ମିଶ୍ର ଓ ସୁରେନ୍ଦ୍ର କରଣଙ୍କ ତତ୍ୱାବଧାନରେ ଆୟୋଜିତ ପ୍ରତିଷ୍ଠା ସମାରୋହ ୩୧ତାରିଖ ଯାଏ ଚାଲିବ ବୋଲି ଜଣା ପଡିଛି। ବୁଧବାର ପୂର୍ବାହ୍ନରେ ଜିଲା ପୁଲିସ ଜିମ ନିକଟ ଶିବ ମନ୍ଦିର କୂଅରୁ ପାଣି ନିଆ ଯାଇ କଳସ ଯାତ୍ରା ଆୟୋଜିତ ହୋଇଥିଲା। ୧୦୮ ଜଣ ମହିଳା କଳସରେ ପାଣି ନେଇ ସହର ପରିକ୍ରମା କରିବା ପରେ ମନ୍ଦିରରେ ପହଂଚିଥିଲେ। ସେଠାରେ ଶିଳା ସଂସ୍କାର, ସୂର୍ଯ୍ୟ ପୂଜା, ଅଗ୍ନି ସଂସ୍କାର, ହୋମଯଜ୍ଞ ଆୟୋଜିତ ହୋଇଛି। ସେହିପରି ଗୁରୁବାର ପ୍ରାତ ଦେବତା ସ୍ନାନ, ଶୟନ, ବିଗ୍ରହ ପ୍ରାଣ ପ୍ରତିଷ୍ଠା ଅନୁଷ୍ଠିତ ହେବାକୁ ଥିବାବେଳେ ଶୁକ୍ରବାର ନବ ନିର୍ମିତ ମନ୍ଦିରରେ ନାମଯଜ୍ଞ, ଅଧିବାସ, ପ୍ରାତଃ ଦେବତା ଦର୍ଶନ, ଧ୍ୱଜ ଭ୍ରମଣ, ଦେବତା ସିଂହାସନ ଆରୋହଣ ଓ ପୂର୍ଣାହୁତି ଦିଆ ଯିବ ବୋଲି ଜଣା ପଡିଛି। କୋରାପୁଟ ସହରର ହଜାର ହଜାର ମହିଳା ପୁରୁଷ କାର୍ଯ୍ୟକ୍ରମରେ ସାମିଲ ହୋଉଥିବା ଦେଖିବାକୁ ମିଳିଛି।