Odiapua.com

ଶ୍ରୀନଅରରେ ସୁନିଆ : ଆରମ୍ଭ ହେଲା ଗଜପତିଙ୍କ ୧୪୨୮ ସାଲ ଓ ୬୩ ଅଙ୍କ

ପୁରୀ, ୨୯/୮(ଓଡ଼ିଆ ପୁଅ) – ପରମ୍ପରା ଓ ରୀତିନୀତି ମତେ ଗଜପତିଙ୍କ ସୁନିଆ ଉତ୍ସବ ଶନିବାର ସଂନ୍ଧ୍ୟାରେ ଶ୍ରୀନଅରରେ ଅନୁଷ୍ଠିତ ହୋଇଥିଲା। ଆଜିଠାରୁ ଗଜପତିଙ୍କ ୧୪୨୮ ସାଲ ଗଣନା ଆରମ୍ଭ ହୋଇଛି। ଏହି ଅବସରରେ ଏକ ସୁବର୍ଣ୍ଣ ମୁଦ୍ରାରେ ୬୩ ଅଙ୍କ କଟାଯାଇଥିବା ବେଳେ ରାଜଗୁରୁ ଏହାକୁ ପ୍ରଦର୍ଶିତ କରିଥିଲେ।