Odiapua.com

ଶୌଚ ପାଇଁ ଯାଇ ଯୁବକଙ୍କ ମୃତ୍ୟୁ, କାରଣ ଅସ୍ପଷ୍ଟ

କୋରାପୁଟ ୧୭-୦୬ (ଓଡିଆ ପୁଅ/ରଂଜନ କୁମାର ଦାସ) ରବିବାର ସଂନ୍ଧ୍ୟାରେ ପ୍ରବଳ ବର୍ଷା ହେଉଥିବାବେଳେ ଶୌଚ ପାଇଁ ଯାଇଥିବା ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ତେବେ ଯୁବକଙ୍କ ମୃତ୍ୟୁର କାରଣ ଏଯାଏ ସ୍ପଷ୍ଟ ହୋଇନଥିଲେ ମଧ୍ୟ ପ୍ରବଳ ବର୍ଷାରେ ଗୋଡ ଖସି ପଡି ଯିବା ଯୋଗୁ ନା ବଜ୍ରପାତ ଯୋଗୁଁ ଯୁବକଙ୍କ ମୃତ୍ୟୁ ହୋଇଛି ତାହା ଏବେ ସମସ୍ତଙ୍କ ନିମନ୍ତେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କୋରାପୁଟ ବ୍ଲକ ତିଆଡିପୁଟ ଗ୍ରାମର ଡମ୍ବରୁ ଖରା(୩୫) ବହୁ ଦିନରୁ ସେମିଲିଗୁଡା ଓସିସି ନଗରରେ ରହି ଦିନ ମଜୁରିଆ ଭାବେ କାମ କରୁଥିଲା। ରବିବାର ସଂନ୍ଧ୍ୟାରେ ଡମ୍ବରୁ ଶୌଚ ନିମନ୍ତେ ନୂଆ ମାର୍କେଟ ନିକଟ ନାଳକୁ ଯାଇଥିଲା। ଅନେକ ସମୟ ଯାଏ ସେ ନଫେରିବାରୁ ଖୋଜାଖୋଜି କଲାବେଳକୁ ନାଳରେ ଡମ୍ବରରୁ ମୃତଦେହ ନାଳରେ ପଡିଥିବା ଦେଖିବାକୁ ମିଳିଥିଲା। ଡମ୍ବରୁ କେବଳ ସାର୍ଟ ଥିବାବେଳେ ଶରୀରରେ ପ୍ୟାଂଟ ନଥିବା ଦେଖିବାକୁ ମିଳିଥିଲା। ଡମ୍ବରୁର ଅର୍ଦ୍ଧ ଉଲଗ୍ନ ଶରୀର ପଡିଥିବାରୁ ସେ ଶୌଚ କରିବା ସମୟରେ ମୃତ୍ୟୁ ବରଣ କରିଥିବା କ୍କେହ କରା ଯାଉଛି। ସୁନାବେଡା ପୁଲିସ ଘଟଣାର ତଦନ୍ତ କରୁଛି।