Odiapua.com

କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲା : ଶୁଣାଣି ପାଇଁ ଆଉ ଏକ ମାସ

କଟକ, ୦୨/୦୮, (ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): କୁନ୍ଦୁଲି ଗଣଦୁଷ୍କର୍ମ ଓ ଆତ୍ମହତ୍ୟା ମାମଲାରେ ହାଇକୋର୍ଟରେ ଶୁଣାଣିି ପରେ ତଦନ୍ତ ସାରିବାକୁ ସରକାରଙ୍କୁ ଆଉ ଏକ ମାସ ସମୟ ଦେଇଛନ୍ତି କୋର୍ଟ।

ତେବେ ଏକ ମାସ ପରେ ପୁଣି ଥରେ ହାଇକୋର୍ଟ ତଦନ୍ତ ନେଇ ସମୀକ୍ଷା କରିବେ। ଏହାସହ ଏହି ମାମଲାର ଏସଆଇଟି ତଦନ୍ତ ପାଇଁ ମଧ୍ୟ ହାଇକୋର୍ଟ ପ୍ରସ୍ତାବ ଦେଇଥିବା ସୂଚନା ମିଳିଛି। ରାଜ୍ୟ ଓ କେନ୍ଦ୍ରୀୟ ଏଜେନ୍ସୀ ଅଧିକାରୀଙ୍କୁ ନେଇ ଏସଆଇଟି ଗଠନ କରିବାକୁ ପ୍ରସ୍ତାବ ଦିଆଯାଇଛି। ସେପ୍ଟେମ୍ବର ୪ତାରିଖରେ ମାମଲାର ପରବର୍ତ୍ତୀ ଶୁୁଣାଣି ହେବ।