Odiapua.com

ଶତୃଘ୍ନ ସିହ୍ନା ଏବଂ ବାବୁଲ ସୁପ୍ରିଓଙ୍କୁ ପ୍ରାର୍ଥୀ କରିବ ଟିଏମ୍‌ସି, ଆସାନସୋଲ ଲୋକସଭା ଏବଂ ବାଲିଗୁଞ୍ଜ ବିଧାନସଭା ପାଇଁ ଲଢ଼ିବେ ଉପନିର୍ବାଚନ

ନୂଆଦିଲ୍ଲୀ ୧୩-୩ (ଓଡ଼ିଆ ପୁଅ) ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ପ୍ରସିଦ୍ଧ ଅଭିନେତା ଶତୃଘ୍ନ ସିହ୍ନା ଆସାନସୋଲରୁ ଲୋକସଭା ଉପ-ନିର୍ବାଚନରେ ଟିଏମସି ପ୍ରାର୍ଥୀ ହେବେ। ଏ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜେ ଘୋଷଣା କରିଛନ୍ତି। ଏଥି ସହିତ ବାଲିଗୁଞ୍ଜ ବିଧାନସଭା ଆସନରେ ହେବାକୁ ଥିବା ଉପ-ନିର୍ବାଚନ ପାଇଁ ଟିଏମସି, ବାବୁଲ ସୁପ୍ରିଓଙ୍କୁ ପ୍ରାର୍ଥୀ କରିବ।

ସୂଚନାଯୋଗ୍ୟଯେ, ବାବୁଲ ସୁପ୍ରିଓ ଆସାନସୋଲର ଜଣେ ବିଜେପି ସାଂସଦ ଥିଲେ, କିନ୍ତୁ ପରେ ସେ ଦଳ ସହ ଲୋକସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ।