Odiapua.com

ଲୋକ ବିକାଶ ମଂଚ ତରଫରୁ ବିଶ୍ରାମୁଣ୍ଡା ଜୟନ୍ତି ପାଳିତ

କୋରାପୁଟ ; ତା୧୭-୧୧-୧୮ (ଓଡିଆପୁଅ/ରଂଜନ କୁମାର ଦାସ)ସ୍ଥାନୀୟ କୋଟସଠାରେ ଲୋକ ବିକାଶ ମଂଚ ତରଫରୁ ସ୍ୱାଧିନତା ସଂଗ୍ରାମୀ ବିଶ୍ରାମୁଣ୍ଡାଙ୍କ ଜୟନ୍ତି ପାଳିତ ହୋଇଯାଇଛି ।କୋରାପସ୍ୱଙ୍କ ଜିଲ୍ଲା ସଭାପତି ରାମଚନ୍ଦ୍ର ଭତ୍ରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉସôବରେ କୋଟସର ସଂଯୋଜକ ଗୋପୀନାଥ ପ୍ରଧାନ ଓ ଶୋଭାର ଗୈାରୀ ଶଙ୍କର ରାଓ ଅତିଥିଭାବେ ଯୋଗଦେଇଥିଲେ ।ରାଜନୈତିକ ଦଳମାନେ ଯେଉଁ ନିବ୭ାଚନୀ ଇସ୍ତାହାର ପ୍ରକାଶ କରୁଛନ୍ତି ତାହା ତୃଣମୂଳସ୍ତରରୁ ଆସୁ ନ ଥିବାରୁ ଗାଁ ଗାଁରେ ରହିଥିବା ସମସ୍୍ୟାଗୁଡିକ ନିର୍ବାଚନୀ ଇସ୍ତାହାରରେ ସାମିଲ କରିବା ଉଦେ୍ଦଶ୍ୟରେ ଜିଲ୍ଲାସ୍ତରରେ ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ସାଇକେଲ ଯାତ୍ରା କରାଯାଇ ୨୬ ତାରିଖରୁ କୋରାପୁଟରୁ ଭୁବନେଶ୍ୱର ପର୍ଯ୍ୟନ୍ତ ଯାତ୍ରା କରାଯିବ ବୋଲି ବୈଠକରେ ନିଷ୍ପତି ନିଆଯାଇଥିଲା ।ଏହି ବୈଠକରେ ମହିଲା ସଭାନେତ୍ରୀ ଚଚଂଳା ନାୟକ ,ଗୋପୀନାଥ ଗାଦବା , ସଦାଶିବ ଗାଦବା , ସୁନାଧର ନାୟକ ପ୍ରମୁଖଙ୍କ ସହ ଶତାଧିକ ପୁରୁଷ ଓ ମହିଲା ଉପସ୍ଥିତ ଥିଲେ ।