ଖୋର୍ଦ୍ଧା,୧୮/୧୦,(ଓଡ଼ିଆ ପୁଅ ପି ନାଏକ): ପୋଲିସ ଅଫିସରଙ୍କୁ ବାଧ୍ୟତାମୂଳକ ଅବସର।୫ ବର୍ଷ ଚାକିରୀ କାର୍ଯ୍ୟକାଳ ସରିବା ପୂର୍ବରୁ ଖୋର୍ଦ୍ଧା ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ କାର୍ଯ୍ୟରତ ସବ୍ଇନ୍ସପେକ୍ଟର ବନମାଳୀ ନାୟକଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି।ଖୋର୍ଦ୍ଧା ଏସ୍ପି ଅଜୟ ପ୍ରତାପ ସ୍ୱାଇଁ।ପୂର୍ବରୁ ଦୁଇଟି ଭିଜିଲାନ୍ସ ମାମଲାରେ ଫସିଥିବା ବନମାଳୀଙ୍କୁ ଆଜି ଏହି ବାଧ୍ୟତାମୂଳକ ଅବସର ଦିଆଯାଇଛି।ପୂର୍ବରୁ ଏନେଇ ବନମାଳୀକୁ ଦୁର୍ନୀତିଗ୍ରସ୍ଥ ଅଫିସର ଭାବରେ ଚିହ୍ନଟ କରାଯାଇଥିବା ବେଳେ ବନମାଳୀ ନାୟକଙ୍କ ନାରେ ୯ଟି ମାମଲା ରହିଥିବା ସୂଚନା ମିଳିଛି।