Odiapua.com

କୋରାପୁଟରେ ରେଡ ଆଲର୍ଟ : ଖୋଲାହେଲା କଂଟ୍ରୋଲ ରୁମ – ଲଘୁଚାପ ଜନିତ ବର୍ଷାରେ କୋରାପୁଟ ବେହାଲ

– ଭାଙ୍ଗିଲା ୨୦ ଘର
– ଜଣେ ଆହତ
– ୧୫ ଜଣଙ୍କୁ ପଂଚାୟତ କାର୍ଯ୍ୟାଳୟକୁ ସ୍ଥାନାନ୍ତର

କୋରାପୁଟ ୨୯-୦୭ (ଓଡିଆ ପୁଅ /ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲାରେ ଲଘୁଚାପଜନିତ ବର୍ଷା ୪ ଦିନ ହେଲା ଜାରି ରହିଥିବାରୁ କୋରାପୁଟ ଜିଲ୍ଲାର ସ୍ଥିତି ବେହାଲ ହୋଇପଡିଥିବା ଜଣାପଡିଛି।ବର୍ଷା ସହିତ ପବନ ଜୋରରେ ବହୁଥିବାରୁ ଲୋକମାନେ ଅତ୍ୟନ୍ତ ବ୍ୟସ୍ଥତାରେ ଜିବନ ବିତାଉଥିବା ଜଣାପଡିଛି।ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ୨୦ ଟି ଘର ଭାଙ୍ଗିଯାଇଥିବା ଜଣାପଡିଛି।ଜୟପୁର ବ୍ଲକରେ ୯ରୁ ଅଧିକା ଘର ଭାଙ୍ଗିଥିବା ଜଣାପଡିଛି।ବୈପାରୀଗୁଡା ବ୍ଲକର ଦୋରାଗୁଦା ପଂଚାୟତର ଦୁମୁରିଗୁଡା ଗ୍ରାମରେ ଘର ଭାଙ୍ଗିବାରୁ ମୁକ୍ତା ପାଲିଗୁଡିଆ(୫୫) ଆହତ ହୋଇ ବୈପାରୀଗୁଡା ଡାକ୍ତରଖାନାରେ ଭର୍ତି ହୋଇଛନ୍ତି। ବୋରିଗୁମ୍ମା ବ୍ଲକର ସେମଲଗୁଡା ପଂଚାୟତର ନକୁଳଗୁଡା ଗ୍ରାମରେ ୩ ଟି ଘର ସଂପୂର୍ଣ୍ଣ ଭାଙ୍ଗିଯାଇଥିବାରୁ ୧୫ ଜଣ ଲୋକଙ୍କୁ ପଂଚାୟତ କାର୍ଯ୍ୟାଳୟରେ ରଖାଯାଇ ରନ୍ଧା ଖାଦ୍ୟ ପ୍ରଦାନ କରାଯାଇଥିବା ଜଣାପଡିଛି। ଆସନ୍ତା ୨୪ ଘ. ମଧ୍ୟରେ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇ ରେଡ ଆଲର୍ଟ ଜାରି କରିଥିବାରୁ ଜିଲ୍ଲାପ୍ରଶାସନ ପ୍ରସ୍ତୁତି ରହିଥିବା ଜଣାପଡିଛି।ସମସ୍ତ ଅଧିକାରୀମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ କଂଟ୍ରୋଲ ରୁମ ଖୋଲାଯାଇଥିବା ଜରୁରୀକାଳୀନ ଅଧିକାରୀ ସିଦ୍ଧାର୍ଥ ପଟନାୟକ ସୂଚନା ଦେଇଛନ୍ତି।