Odiapua.com

ଲକ୍ଷ୍ମିପୁରର ପୂର୍ବତନ ବିଧାୟକ କୈଳାସ କୁଲସିକା କଂଗ୍ରେସ ଦଳ ଛାଡିବେ ନାହିଁ

କୋରାପୁଟ ୨୭-୦୭(ଓଡିଆ ପୁଅ/ ରଂଜନ ଦାସ)ଲକ୍ଷ୍ମିପୁରର ପୂର୍ବତନ ବିଧାୟକ କୈଳାସ କୁଲସିକା କଂଗ୍ରେସ ଦଳ ଛଡିବେ ନାହିଁ ବୋଲି ପ୍ରକାଶ କରିଛନ୍ତି ।୨୦୧୯ ସାଧାରଣ ନିର୍ବଚନରେ ଲକ୍ଷ୍ମିପୁର ନିର୍ବାଚନ ମଣ୍ଡଳୀ ନିମନ୍ତେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନରେ ଅଳ୍ପ ଭୋଟରେ ଶ୍ରୀ କୁଲସିକା  ହାରିଯାଇଥିଲେ ।କଂଗ୍ରେସ ଦଳର କୁଚକ୍ରୀ ଗୋଷ୍ଠୀ ଯୋଗୁଁ ହାରି ଯାଇଥିବା ରାଜ୍ୟ ନେତୃବୃନ୍ଦଙ୍କୁ ସେ ଚିଠି ଦେଇ ଅବଗତ କରାଯାଇଥିଲେ । ପରବର୍ତି ସମୟରେ  ନାରାୟଣପାଟଣା ଓ ଦଶମନ୍ତପୁର ବ୍ଲକ କଂଗ୍ରେସ କମିଟି ସଭାପତି ପଦ ଚୟନରେ ଅସନ୍ତୋଷ ପ୍ରକାଶ କରି ଜୁଲାଇ ୨ ତାରିଖ ଦିନ ଓଡିଶା  ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କୁ କଂଗ୍ରେସ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତାଫା ପତ୍ର ପ୍ରଦାନ କରିଥିଲେ ।ଦଳ ବିରୋଧରେ କାର୍ଯ୍ୟ କରୁଥିବା କଂଗ୍ରେସ ନେତାମାନଙ୍କ  ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆ୍‌ଯିବ ଓ ତୁମେ କଂଗ୍ରେସ ଦଳରେ ରହି କାମ କର ବୋଲି ରାଜ୍ୟ ନେତୃବୃନ୍ଦ ପ୍ରତିଶୃତି ଦେଇଥିଲେ ବୋଲି ସେ ପ୍ରକାଶ କରିଛନ୍ତି ।ଲକ୍ଷ୍ମିପୁର ନିର୍ବାଚନ ମଣ୍ଡଳୀର କର୍ମିମାନେ ମଧ୍ୟ ଇସ୍ତାଫା ନ ଦେବାକୁ ନିବେଦନ କରିଥିଲେ ବୋଲି ସେ ସୂଚନା ଦେଇଛନ୍ତି ।ଆପଣ ଅନ୍ୟ ଦଳକୁ ଯିବା ନିମନ୍ତେ ମନସ୍ଥ କରିଛନ୍ତି ବୋଲି ପ୍ରଶ୍ନ କରିବାରୁ ୨୦୧୯ ମସିହାରେ ଡାକରା ଆସିଥିଲା କିନ୍ତୁ ମୁଁ ଯାଇ ନ ଥିଲି ବୋଲି ଶ୍ରୀ କୁଲସିକା ପ୍ରକାଶ କରିଛନ୍ତି ।କଂଗ୍ରେସ ଦଳକୁ  ଜୀବନରୁ ଅଧିକା ଭଲ ପାଏ ବୋଲି ସେ ପ୍ରକାଶ କରିବା ସହ ମୋର ରକ୍ତ ହିଁ କଂଗ୍ରେସ ଦଳ ଓ କଂଗ୍ରେସ ଦଳ ଇଜ୍ଜତ ଦେଇଛି ବୋଲି ପ୍ରକାଶ କରିଛନ୍ତି ।କଂଗ୍ରେସ ଦଳ ତରଫରୁ ଦୁଇ ଥର ବିଧାୟକ ପ୍ରାର୍ଥି ହୋଇଥିଲି ବୋଲି ସେ ସୂଚନା ଦେବା ସହ ଥରେ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ସେ ପ୍ରକାଶ କରିଛନ୍ତି ।କିଛି କୁଚକ୍ରୀ ଗୋଷ୍ଠିମାନଙ୍କ ପାଇଁ ୨୦୧୯ ସାଧାରଣ ନିର୍ବାଚନରେ ଅଳ୍ପ ଭୋଟ ବ୍ୟବଧାନରେ ହାରି ଯାଇଥିଲି ବୋଲି ସେ ସୂଚନା ଦେଇଛନ୍ତି ।ଆଗାମୀ ପଂଚାୟତ ନିର୍ବାଚନ ପୂର୍ବରୁ ତାଙ୍କୁ ନ୍ୟାୟ ମିଳିବ ବୋଲି ସେ ସୂଚନା ଦେଇଛନ୍ତି ।କଂଗ୍ରେସ ଦଳରେ ରହି ୨୦୨୨ ପଂଚାୟତ ନିର୍ବଚାନରେ ଲକ୍ଷ୍ମିପୁର ନିର୍ବାଚନ ମଣ୍ଡଳୀ ନିମନ୍ତେ କାମ କରିବେ ବୋଲି ସେ ପ୍ରକାଶ କରିଛନ୍ତି ।କୋରାପୁଟ ଜିଲ୍ଲାର କିଛି ବ୍ଲକ ଓ ସହରାଂଚଳର କଂଗ୍ରେସ ନେତାମାନେ କୈଳାସ କୁଲସିକାଙ୍କ ଇସ୍ତାଫା ପତ୍ର ଗ୍ରହଣ କରିବାକୁ ଦାବି ଉପସ୍ଥାପନା କରିଥିଲେ ।ନାରାୟଣପାଟଣା ଓ ଦଶମନ୍ତପୁର ବ୍ଲକ କଂଗ୍ରେସ କମିଟି ସଭାପତି ଚୟନ କଂଗ୍ରେସ ପର୍ଯ୍ୟବେକ୍ଷକଙ୍କ ଉପସ୍ଥିତିରେ ଠିକଭାବେ କରାଯାଇଥିଲା ବୋଲି କୋରାପୁଟ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନିପତି ପ୍ରକାଶ କରିଛନ୍ତି ।ଇସ୍ତାଫା ପତ୍ର ଗ୍ରହଣ କରିବାକୁ ଗୋଟିଏ ଗୋଷ୍ଠୀ ଦାବି କରୁଥିବା ବେଳେ ଅନ୍ୟ ଗୋଷ୍ଠୀ ଇସ୍ତାଫା ପତ୍ର ଗ୍ରହଣ ନ କରିବାକୁ ଦାବି କରିବା ରାଜ୍ୟ ନେତୃବୃନ୍ଦଙ୍କୁ ନିଷ୍ପତି ନେବାରେ  ବଡ ସମସ୍ୟା ସୃଷ୍ଟି ହୋଇପାରେ ବୋଲି ସାଧାରଣରେ ଆଲୋଚନା ହେଉଛି ।